ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ନବ ନିଯୁକ୍ତ ଓ.ୟୁ.ଏ.ଟି ର କୁଳପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ନବ ନିଯୁକ୍ତ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରାଯାଇଛି । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ନେଇ ଏକ ପ୍ରତିନିଧି ଦଳ ଶ୍ରୀଯୁକ୍ତ ରାଉଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉ�ରୀୟ, ପୁଷ୍ପଗୁଚ୍ଛ ଓ ସଂଘର ସ୍ମରଣିକା ପ୍ରଦାନ ସହିତ ସମ୍ବର୍ଦ୍ଧିତ କରି ତାଙ୍କର ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହ ଏକ ସୁନ୍ଦର ତଥା ଗଠନ ମୂଳକ କାର୍ଯ୍ୟଅବଧି କାମନା କରିଥିଲେ ।

ଏହି ଅବସରରେ ସଂଘର ଦୀର୍ଘ ୨୮ ବର୍ଷର ଯାତ୍ରାର ସଂକ୍ଷିପ୍ତ ବିବରଣୀ, ସାଂସ୍କୃତିକ ଓ ସମାଜିକ କାର୍ଯ୍ୟକ୍ରମ ବାବଦରେ ଶ୍ରୀ ରାଉଳଙ୍କୁ ଅବଗତ କରାଯିବା ସହ କୃଷି ଉପରେ ଅଧିକ ଗବେଷଣା, ଛାତ୍ର ଛାତ୍ରୀମାନଙ୍କୁ କୃଷି ଭି�ିକ ଶିକ୍ଷା ପାଇଁ ଅଧିକ ଆକର୍ଷିତ କରିବା ତଥା କୃଷି ଏବଂ ଚାଷ ଉପରେ ଯେମିତି କୃଷକବନ୍ଧୁ ମାନେ ଅଧିକ ଧ୍ୟାନ ଦେଇପାରିବେ ସେହି ଉପରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟରେ ବୈଷୟିକ କାର୍ଯ୍ୟଧାରା ସହ କୃଷିର ଉନ୍ନତିରେ ଏକ ଅତୁଳନୀୟ ଅବଦାନ ଦେଇଆସୁଥିବା ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର ଭୂମିକାକୁ ଏହି ଅବସରରେ ଉଚ୍ଚ ପ୍ରଶଂସିତ କରାଯିବା ସହ ଏହାର ଉ�ରେ�ାର ଉନ୍ନତି କାମନା କରାଯାଇଥିଲା ।

ସମ୍ବର୍ଦ୍ଧନା ତଥା ସୌଜନ୍ୟମୂଳକ ସାକ୍ଷାତ ଉ�ରରେ ଶ୍ରୀ ରାଉଳ ସଂଘର କାର୍ଯ୍ୟକ୍ରମ ତଥା ଏହି ବିଚାରଧାରାକୁ ଉଚ୍ଚ ପ୍ରସଂଶା କରିବା ସହ ସଂଘର ଆହୁରି ଅଧିକ ସଫଳତା କାମନା କରି ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଶ୍ଚିତ ରୂପେ ଧ୍ୟାନ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଂଘ ତରଫରୁ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବାର ପ୍ରତିଶୃତି ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ତରଫରୁ ମଧ୍ୟ ସଂଘର ସହଯୋଗ କାମନା କରାଯାଇଥିଲା । ସଂଘର ଏହି ଆଭିମୁଖ୍ୟକୁ ଅ�ଳର ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି ।

Exit mobile version