ଜବରଦଖଲ ଉଚ୍ଛେଦ ଚେତାବନୀ କୁ ନେଇ ଛନକା ପଶିଛି ଓଡ଼ଗାଁ ଏନଏସିର ଜମି ମାଫିଆଙ୍କ ଠାରେ

ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବେଆଇନ ଜବରଦଖଲ ଉଚ୍ଛେଦ ନିମନ୍ତେ ସଚେତନ

ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ଜମି ମାଫିଆ ସରକାରୀ ଜମିକୁ ନିଜ ଅକ୍ତିଆରରେ ନେଉଥିବା ଦେଖିବାକୁ ମିଳୁଛି ।

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଓଡ଼ଗାଁ :- ଜବରଦଖଲ ଉଚ୍ଛେଦ ଚେତାବନୀ କୁ ନେଇ ଛନକା ପଶିଛି ଓଡ଼ଗାଁ ଏନଏସିର ଜମି ମାଫିଆଙ୍କ ଠାରେ, ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ଜବରଦଖଲ ବଢ଼ିବାରେ ଲାଗିଛି । ବହୁ ସମୟରେ ଯାତାୟାତ ନିମନ୍ତେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ଜମି ମାଫିଆ ସରକାରୀ ଜମିକୁ ନିଜ ଅକ୍ତିଆରରେ ନେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଓଡ଼ଗାଁ ଏନଏସି ଅଞ୍ଚଳରେ ଡ୍ରେନେଜ ଉପରେ କେତେକ ଦୋକାନୀମାନଙ୍କ ଦ୍ୱାରା ଟିଣ ଓ ପାଲ ମାଧ୍ୟମରେ ଅସ୍ଥାୟୀ କବଜା କରାଯାଇଛି । କିଛି ଜାଗାରେ ଅସ୍ଥାୟୀ ଉଠାଦୋକାନୀ ମାନେ ସରକାରୀ ଜାଗା ଉପରେ ନିଜର ସ୍ଥାୟୀ ଆଡା ଜମାଇଛନ୍ତି ।

ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ବାରମ୍ବାର ସଚେତନ କରାଯାଉଥିଲେ କୌଣସି ବ୍ୟବସାୟୀ ଏହାକୁ ଭ୍ରୁକ୍ଷେପ କରୁନଥିବା ପରିଲକ୍ଷିତ ହେଉଅଛି । ଯାହା ଫଳରେ ଡ୍ରେନେଜ ସଫେଇ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ ଏନଏସି କର୍ତ୍ତୃପକ୍ଷ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବେଆଇନ ଜବରଦଖଲ ଉଚ୍ଛେଦ ନିମନ୍ତେ ସଚେତନ କରାଯାଇଛି । ଯଦି ଏହାକୁ କେହି ଅବମାନନା କରନ୍ତି ତେବେ ଆଗାମୀ ଦିନରେ ଖୁବ ଶୀଘ୍ର ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି ।

Exit mobile version