ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ରଣପୁର :- ରଣପୁରର ବହୁପ୍ରାଚୀନ ପର୍ବତ ପାଦଦେଶରେ ପୂଜା ପାଉଥିବା ମଣିନାଗ ଶକ୍ତି ପୀଠରେ ପ୍ରତିବର୍ଷ ଦେଖିବାକୁ ମିଳେ ନିଆରା ପରମ୍ପରା । ମାଙ୍କ ପୀଠରେ ପ୍ରତିବର୍ଷ ୧୬ ଦିନ ଧରି ଦେବୀ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଥାଏ । ଆଶ୍ୱିନ ମାସ ର ଦ୍ଵିତୀୟା ଓଷା ଠାରୁ ମାଆ ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥାଏ ଏହି ଦିନରେ ରଣପୁରର ମାଳ ଠାକୁରାଣୀ ମା ଖିଲାମୁଣ୍ଡା ଏକ କାଠିରେ ବିରାଜମାନ ହୋଇ ରାଜା ଙ୍କ ପ୍ରାଙ୍ଗଣ ତଥା ରାଜନଅର ଠାରେ ପୂଜା ପାଇଥାନ୍ତି ।
ତେବେ ରଣପୁର ର ଆରାଧ୍ୟା ଓ ପ୍ରତିଷ୍ଠିତ ଦେବୀ ପୀଠ ମା ମଣିନାଗଙ୍କ ପୀଠରେ ଚଳିତ ମାସ ୧୭ ତାରିଖ, ଦ୍ଵିତୀୟା ଓଷା ଠାରୁ ବୈଦିକ ରୀତିନୀତି ଅନୁସାରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଏହିପୂଜା ଆସନ୍ତା ମାସ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମା ମଣିନାଗ ଦୂର୍ଗା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜଣା ପଡିଛି । ତେବେ ଟ୍ରଷ୍ଟ ର କାର୍ଯ୍ୟସୂଚୀ ଅନୁଯାୟୀ ମାସ ଶେଷ ପର୍ଯ୍ୟନ୍ତ ଷଡ଼ାଙ୍ଗ ପୂଜା , ସୂର୍ଯ୍ୟ ପୂଜା , ବିଲ୍ଵ ପୂଜା , ପୀଠ ପୂଜା, ସପ୍ତ ସତୀ ଚଣ୍ଡୀ ପୂଜା , ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି , ସନ୍ଧ୍ୟା ଆଳତୀ , ଉପଚାର ପୂଜା , ପୁଷ୍ପାଞ୍ଜଳୀ ଓ ବାହ୍ୟ ପୂଜା ର କାର୍ଯ୍ୟ ସୂଚୀ ରହିଛି ।
ଆସନ୍ତା ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ବିଲ୍ୱ ବରଣ ଏବଂ ମହାସପ୍ତମୀ ପୂଜା , ଦୂର୍ଗା ବ୍ରତ , ମହାଷ୍ଟମୀ , ବିଲ୍ୱ ପର୍ତାପଣ ପରେ ମହାନବମୀ , ସନ୍ଧିପୂଜା, ପୂର୍ଣ୍ଣାହୂତି ସମ୍ପନ୍ନ ଓ ପୀଠେ ଦଶହରା , ଘଟ ବିସର୍ଜନ ଇତ୍ୟାଦି ର ପୂର୍ବ ସୂଚୀ ରହିଛି । ଏହି ପୂଜା ଦିନ ଗୁଡ଼ିକରେ ମା ମଣିନାଗ ଟ୍ରଷ୍ଟ ର ଡ ପ୍ରଶାନ୍ତ ମିଶ୍ର , ବନମାଳୀ ତ୍ରିପାଠୀ , ଲଳିତ କୁମାର ରଥ , ଅଜୟ କୁମାର ଦାଶ , ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ସଂସ୍ଲିଷ୍ଟ ଥିବା ସହ ଟ୍ରଷ୍ଟ ର ଅନ୍ୟାନ୍ୟ ସଦସ୍ୟ ସାହାଯ୍ୟ ସହଯୋଗ କରୁଥିବା ଜଣାପଡିଛି ।
