Home ଓଡ଼ିଶା ଛାତ୍ର କଂଗ୍ରେସର ବିଜୁ ପଟ୍ଟନାୟକ କଲେଜ କ୍ୟାମ୍ପସ କମିଟି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କଲେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସର ଉପସଭାପତି ସୁଶ୍ରୀ ରାଜଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଆଣ୍ଡ ଏଜୁକେସନର କ୍ୟାମ୍ପସ କମିଟି କଲେଜର ବିଭିନ୍ନ ମୌଳିକ ସମସ୍ୟା ସମ୍ବଳିତ ଏକ ଦାବିପତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ପ୍ରଦାନ କରିଥିଲେ । କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହି ଦାବି ଗୁଡ଼ିକ ହେଲା କଲେଜରେ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ସ୍ପୋର୍ଟସ ର ବ୍ୟବସ୍ଥା, କଲେଜ ର ପରିସର, କ୍ଲାସ ରୋମ ଏବଂ ଶୌଚାଳୟର ସଫେଇ ବ୍ୟବସ୍ଥା, ବାର୍ଷିକ ଉତ୍ସବ, ଆବଶ୍ୟକ ଅନୁଯାୟି ଅଧ୍ୟାପକ ନିଯୁକ୍ତି, ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ଉତ୍ସବ, କ୍ୟାମ୍ପସରେ ନିଶାନିବାରଣ, ସାଇକେଲ ଓ ମୋଟର ସାଇକେଲ ଷ୍ଟାଣ୍ଡ, କ୍ୟାମ୍ପସରେ ଅସାମାଜିକ ଯୁବକମାନଙ୍କର ପ୍ରବେଶ ନିଷେଧ ସହ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଅଧ୍ୟାପକ ମାନଙ୍କର ଭଲ ବ୍ୟବହାର । ଶ୍ରୀ ପୂଜାରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଏହି ଦାବି ବିଷୟରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପସ କମିଟିର ସଭାପତି ଶ୍ରୀ ଦେବାଶିଷ ସାହୁଙ୍କ ସହ ଶ୍ରୀ ମହାନ୍ତି, ସମିଉଲ ହକ, ରିଆଜୁଲ ଇସଲାମ, ସଚ୍ଚିଦାନନ୍ଦ ସେଠୀ, ସ୍ୱପ୍ନାରାଣୀ ସ୍ୱାଇଁ, ଚନ୍ଦନ ଦଳେଇ, ସ୍ୱାଗତିକା କର, ଶୁଭମ ସାହୁ, ସିଦ୍ଧାନ୍ତ କୁମାର ବିଶ୍ୱାଳ, ଚନ୍ଦନ ବେହେରା ଓ ଅମିୟ ରଞ୍ଜନ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ରାଜନୀତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026