ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :– ରାଜ୍ୟପାଳଙ୍କ ଆମନ୍ତ୍ରଣକ୍ରମେ ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ପ୍ରତିନିଧିମାନେ ରାଜଭବନ ପରିଭ୍ରମଣରେ ଆସିଥିଲେ । ରାଜଭବନରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କ ସହ ଭାବ ବିନିମୟ କରିବା ସହ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।
