ପୁଞ୍ଜିନିବେଶ ଏବଂ ଆଇଟି କ୍ଷେତ୍ରର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ

ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ହାଇଦ୍ରାବାଦ୍ଠାରେ ଅନୁଷ୍ଠିତ ଡିଜିଟାଲ୍ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଛନ୍ତି । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଆଇଟି କ୍ଷେତ୍ର ସହ ଜଡ଼ିତ ୧୫ଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଉପସ୍ଥିତ ପ୍ରତିନିଧିଙ୍କୁ ନୂଆ ଆଇଟି ନୀତି ଏବଂ ଆଇଟି ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ ।
