ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକରେ ବିଶ୍ୱକର୍ମା ପୂଜାପାଇଁ ଚଳଚଂଚଳ ହୋଇଉଠିଛି । ବୈପାରିଗୁଡା ର ବିଭିନ୍ନ କଳକାରଖାନା, ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ପକ୍ଷରୁ କାଠମିଲ ସାହି ସ୍ଥିତ କାର୍ଯ୍ୟାଳୟ, ବ୍ଲକ ପରିସର ଭିତରେ ବ୍ଲକ ପ୍ରଶାସନ ଓ ଏଇ ଓ ଜେଇ ସଂଘ , ବୈପାରିଗୁଡା ସ୍ଥିତ ମୁଖ୍ୟ ୧୫୧ ବିଏନ ବିଏସ୍‌ଏଫ କ୍ୟାମ୍ପରେ ବରିଷ୍ଟ ଅଧିକାରୀ ଓ ଯବାନ, ମୋଟର କର୍ମଚାରୀ ସଂଘ, ଶ୍ରମିକ ସଂଗଠନ , ଲୁହା ଦେକାନ ଓ ବେସରକାରୀ ସ୍ଥାନ ପ୍ରତିଷ୍ଠାନରେ ଆଜି ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜାର୍ଚ୍ଛନା କରାଯାଇଛି । ଅନେକ ଛୋଟବଡ ବ୍ୟବସାୟୀ ନିଜ ଦୋକାନ ଓ ଗ୍ୟାରେଜରେ ପୂଜା କରିବା ସହିତ ଯାନବାହାନ ମଧ୍ୟ ପୂଜା କରାଯାଇଛି ।

ଗୋଟିଏ ପଟେ ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ କୌଣସି କଟକଣା ଚଳିତ ବର୍ଷ ରହି ନ ଥିବାରୁ ବୈପାରିଗୁଡା ସହର ସହ ଆଖପାଖ ଅଂଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆଡମ୍ବର ସହ ଧୁମଧାମରେ ପାଳିତ ହୋଇଯାଇଛି । ବୈପାରିଗୁଡା ସହର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜ୍ଜିତ ହୋଇଛି । ବିଶ୍ୱକର୍ମା ମୁର୍ତିମୂର୍ତି ବସାଯାଇ ପୁଜାପାଠ ହୋମ କରାଯାଇଛି । ସେହି ପରି ଭାବେ ବୈପାରିଗୁଡା ସ୍ଥିତ ୧୫୧ ବିଏନ ବିଏସ୍‌ଏଫ୍ କ୍ୟାମ୍ପ ପରିସରରେ ସୀମାନ୍ତ ବିଏସ୍‌ଏଫ୍ ସ୍ପେଶାଲ ଅପରେସନ୍ ଓଡିଶା ଆଇଜି ଶ୍ରୀ ସତୀଶ ଚନ୍ଦ୍ର ବୁଡାକୋଟି, ଡିଆଇଜି ଶ୍ରୀ ମଦନ ଲାଲା, ମୁଖ୍ୟ କମାଣ୍ଡାଣ୍ଠ ଶ୍ରୀ ଅଜୟ କୁମାରଙ୍କ ସହ ଅନ୍ୟ ଅଧିକାରୀ ମାନେ ପୂଜା ସ୍ଥଳରେ ବସି ହୋମଯଜ୍ଞ ରେ ଭାଗ ନେଇ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କରିଥିଲେ ।

ବୈପାରିଗୁଡାର ବ୍ଳକ ପରିସରରେ ବିଡିଓ ଅଭିମନ୍ୟୁ କବି ଶତପଥି , ବ୍ଲକ କନିଷ୍ଠ ଯନ୍ତ୍ରୀ ଲମ୍ବୋଧର ନାୟକ, ଜିପିଓ ରାମପ୍ରସାଦ ଦୋରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ, ଜେଇ, ପିଇଓ ଓ ବ୍ଲକ କର୍ମଚାରୀ ମାନେ ପୂଜା ସମୟରେ ଉପସ୍ଥିତ ରହି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆର୍ଶବାଦ ଗ୍ରହଣ କରିଥିଲେ । ଚଳିତ ବର୍ଷ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାଆନନ୍ଦରେ ପାଳିତ ହୋଇଛି । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ୧୫୧ ବିଏନ ବିଏସ୍‌ଏଫ୍ ଓ ବ୍ଲକ ପ୍ରଶାସନ ତରଫରୁ ଅନ୍ନପ୍ରସାଦ ସେବନ କରିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ଆଖପାଖ ଅଚାଂଳରୁ ବହୁ ଜନସାଧାରଣ ମାନେ ବୈପାରିଗୁଡା ଆସି ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମା ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ ।

Exit mobile version