ନୟାଗଡ ଜୀବନ ବିନ୍ଦୁର ସ୍ବେଛାକୃତ ରକ୍ତଦାନ ଶିବିର : 15 ୟୁନିଟ ରକ୍ତ ସଂଗୃହିତ

ଓଡିଶା ତାଜା ନ୍ୟୁଜ୍‌ (୨୭ ମଇ, ବୁଧବାର) 15 ୟୁନିଟ ରକ୍ତ ସଂଗୃହିତ :- କରୋନା ପରିପ୍ରେକ୍ଷୀରେ ନୟାଗଡରେ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡା. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୀବନବିନ୍ଦୁ ଆନୁକୂଲ୍ୟରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହେଉଛି ସ୍ବେଛାକୃତ ରକ୍ତଦାନ ଶିବିର ।

ଏହିକ୍ରମରେ ଆଜି ମୂଥାଗାଡ଼ିଆ , ଚଣ୍ଡୀବସ୍ଥ, ଲଷ୍ମୀପ୍ରସାଦ ପଂଚାୟତର ଅଧିବାସୀ ରକ୍ତ ଦାନ କରଥିଲେ । ତେବେ ସାମାଜିକ ଦୂରତ୍ୱ ମଧ୍ୟରେ ସରକାରୀ ନିର୍ଦେଶାବଳି ଅନୁଯାୟୀ ଅନୁଷ୍ଠିତ ଏହି ସମାଜ ସେବା ମୂଳକ କାର୍ଯ୍ୟକ୍ରମରେ 15ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିବା ବ୍ଲଡ଼ ବ୍ୟାଙ୍କ ସୂତ୍ରରୁ ପ୍ରକାଶ । ଏଠାରେ ସୂଚନାଯୋଗ୍ୟ ମୂଥାଗାଡ଼ିଆରେ ୬, ଚଣ୍ଡୀବସ୍ଥ 4, ଲଷ୍ମୀଧର ପ୍ରସାଦ ରୁ 4 ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିବା ଜଣାପଡିଛି (ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version