ନୂଆଗାଁ ବ୍ଲକ୍ ରେ ନିଯୁକ୍ତି ମେଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଓରମାସ ଓ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ନୂଆଗାଁ ବ୍ଲକ୍ ପରିସରରେ ବେକାର ଯୁବକ ,ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ନିଯୁକ୍ତି ମେଳା ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,

ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ବିଡ଼ିଓ ପ୍ରମୋଦ କୁମାର ନାୟକ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ,ଏ ବି ଡି ଓ ସ୍ବଦେଶ ରଞ୍ଜନ ଶତପଥୀ,ଜିଲ୍ଲା ସଂଯୋଜକ ଅବିନାଶ ଜେନା ଏବଂ ଦକ୍ଷତା ସଂଯୋଜକ କେତୁ ଚରଣ ସେଠୀ ଉପସ୍ଥିତ ଥିଲେ।ଏହି ନିଯୁକ୍ତି ମେଳା ରେ ୧୨୨ ଜଣ ବେକାର ଯୁବକ ଯୁବତୀଙ୍କ ନାମ ପଞ୍ଜୀକୃତ ହୋଇଥିଲା।୧୨୨ ଜଣଙ୍କ ମଧ୍ୟରୁ ୫୪ ଜଣ ତାଲିମ ପାଇବା ପାଇଁ ମନୋନୀତ ହୋଇଛନ୍ତି।ଗତବର୍ଷ ୨୫ ଜଣଙ୍କୁ ନିଯୁକ୍ତି ମିଳିଥିବା ଜଣା ପଡିଛି।

Exit mobile version