ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ଡାକ ମେଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ଡାକ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ଡାକ ମେଳାରେ ଶ୍ରୀ ଭବାନୀ ପ୍ରସାଦ ପାଢ଼ୀ ରାୟଗଡା ଜିଲ୍ଲା ଡାକ ବିଭାଗର ସୁପରିଟେଣ୍ଡେଟ ଅଫିସର, ଶ୍ରୀ ରବିନ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡି ଡାକ ବିଭାଗ ଇଷ୍ଟ ସବ ଡିଭିଜନ ଇନିସ୍ପେକ୍ଟର,ଶିବ ବ୍ରତ ନନ୍ଦ ମେନେଜର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖା,ଗୋଶାଣି ବ୍ଳକର ସି ଡି ପି ଓ ଗୌରୀ ପ୍ରସାଦ ନାୟକ, ରାୟଗଡା ପୋଷ୍ଟାଲ ଡିଭିଜନର ବିଜିନେସ ଏଜୁଟିଭ ଉପେନ୍ଦ୍ର ହିୟାଲ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି କାର୍ଯ୍ୟକ୍ରମର ଶ୍ରୀ ଭବାନୀ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଡାକ ମେଳାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ ପୋଷ୍ଟ ମ୍ୟାନ ହେଉ କିମ୍ବା ଗ୍ରାମୀଣ ଡାକ ସେବକଙ୍କ ଜରିଆରେ ଗ୍ରାହକଙ୍କ ଦ୍ବାରା ପ୍ରଦାନ ସ୍ଥାୟୀ ଠିକଣାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେମାନଙ୍କ ଦ୍ବାରାଦେଶରେ ସମସ୍ତ ପ୍ରକାର ବ୍ୟାଙ୍କ ସେବା ଉପଲବ୍ଧ କରାଇବା।ଆଜାଦୀ କା ଅମୃତ ମହୋତ୍ସବରେ ସୁକନ୍ୟା ଯୋଜନା ଓ ଆର୍ଥିକ ସ୍ବାକ୍ଷରତା ଜନ ସମ୍ପର୍କ ପଦଯାତ୍ରା ଏହି ଡାକ ମେଳାର ଲକ୍ଷ୍ୟ ଏହି ଡାକ ମେଳାରେ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ମାନେ ଅଙ୍ଗନବାଡି କର୍ମୀ,ଜନ ପ୍ରତିନିଧି ଓ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version