ବୈପାରିଗୁଡ଼ାରେ ବାଲିଯାତ୍ରା ପାଳିତ ଆଦିବାସୀଙ୍କ ଗଣପର୍ବ କୃଷିଜାତ ଦ୍ରବ୍ୟକୁ ନେଇ ପୁଜାର୍ଚ୍ଚନା

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ବୈପାରିଗୁଡା :- ବୈପାରିଗୁଡ଼ା ବ୍ଳକର ଆଦିବାସୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଆଦିବାସୀ ପରମ୍ପରାର ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଅନୁଷ୍ଠିତ ହୋଇଛି । ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଏହି ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଫିକା ପଡିଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହିତ ବାଲିଯାତ୍ରା ପାଳନ କରାଯାଇଥିବା ବେଳେ କମିଟି ପକ୍ଷରୁ ଦେବୀଙ୍କ ଲାଠି ବୈପାରିଗୁଡା ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଶହ ବର୍ଷର ବାଲିଯାତ୍ରା ପରମ୍ପରା ପ୍ରତି ବର୍ଷ ପରି ଏହି ବର୍ଷ ପାଳନ କରାଯାଇଛି ।

ଓଡ଼ିଶାର ଏøତାହାସିକ ସହର କଟକଠାରେ ଯେଉଁ ବାଲିଯାତ୍ର୍ର ପ୍ରତିବର୍ଷ ଅନୁଷ୍ଠିତ ହେଉଛି, ତାହଠାରୁ ଏହି ବାଲିଯାତ୍ରା ସଂପୂର୍ଣ୍ଣ ଭିନ୍ନ । ଆଦିବାସୀ ପରମ୍ପରାରେ ଏହି ପର୍ବକୁ ପାଳନ କରି, ପ୍ରକୃତି ଦେବୀଙ୍କୁ ପୂଜା କରିବା ସହ ଜମିରେ କରାଯାଇଥିବା ଶସ୍ୟର ସଫଳ ଉତ୍ପାଦନ କାମନା କରାଯାଇଥାଏ । ଏହି ପରମ୍ପରାରେ ପ୍ରତି ବର୍ଷପରି ଗଣେଶ ପୂଜାର ନଅ ଦିନ ପରେ ପୂଜାପାଠ କରି ନଦୀରୁ ବାଲି ସଂଗ୍ରହ କରାଯାଇଥାଏ । ଏହା ପରେ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ବିହନ ସଂଗ୍ରହ କରାଯାଇଥାଏ । ଏହା ପରେ ଗ୍ରାମର ହୁଣ୍ଡି ଦେବତା ନିକଟରେ ବାଉଁଶ ଓ ନଡ଼ାରେ ବାଲି କୁଡ଼ିଆ ନିର୍ମାଣ କରାଯାଇଥାଏ । ଏହି ବାଲି କୁଡ଼ିଆରେ ସଂଗ୍ରହ କରାଯାଇଥିବା ବାଲି ଗୋଟିଏ ବାଉଁରେ ନିର୍ମାଣ କରାଯାଇଥିବା ଗୁଲିରେ ବିହନ ପକାଯାଇ ପୂଜାପାଠ ବାଲଯାତ୍ରା ଅନୁଷ୍ଠିତ ହେବା ପର୍ଯ୍ୟନ୍ତ କରାଯାଇଥାଏ ।

ବାଲିଯାତ୍ରା ଦିନ ଏହି ବାଲିକୁଡି଼ଆକୁ ଉଜୁଡ଼ାଯାଇଥାଏ । ବାଉଁଶ ତିଆରି ଟୋକେଇରେ ଯେଉଁ ବିହନ ଥେଏ ତାକୁ ବିହନ ପକାଇବା ଦିନଠାରୁ ବାଲି ଯାତ୍ରା ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ପୂଜା କରିବା ସହ ହଳଦି ପାଣି ଦିଆଯାଇଥାଏ । ଏହା ଫଳରେ ଏହି ବହନ ହଳଦିଆ ବର୍ଣ୍ଣର ବୀଜ ଆକାର ଧାରଣା କରିଥାଏ । ଏହାକୁ ବାଲି ଫୁଲ କହିଥାନ୍ତି । ଏହି ବାଲି ଯାତ୍ରାର ପ୍ରତିକ ରୂପେ ଲାଠି ଦେବତାକୁ ପୂଜା କରାଯାଇଥାଏ । ଏହି ଲାଠି ଦେବତାଙ୍କୁ ଗୁମ୍ମାଗ୍ରାମରୁ ପୂଜାପାଠ କରିବା ସହ ବୈପାରଗୁଡ଼ା ସହର ପରିକ୍ରମା କରିବା ସହ ପ୍ରତ୍ୟେକ ଘରକୁ ନିଆଯାଇଥାଏ, ସମସ୍ତଙ୍କ ଘରେ ପୁଜା ପାଇବା ପରେ ବୋଦାପୁଟ ଗ୍ରାମକୁ ନିଆଯାଇଥାଏ । ରାଜାମହାରାଜା ସମୟରେ ହିଂଜଡ଼ା ନୃତ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିବା ବେଳେ ସମୟକ୍ରମେ ଏହି ନୃତ୍ୟ ଲୋପ ପାଇ ଯାଇଛି ।

ବିଶ୍ୱ ସାମ୍ରଜ୍ୟବାଦର ଉଦ୍ଧାରୀ କରଣ ନିତୀ ପରେ ଗ୍ରାମାଚଂଳର ରେ ସଭ୍ୟତାର ପରିବର୍ତନ ପରେ ଏହି ବଲିଯାତ୍ରା ଉଭେଇ ଯିବାକୁ ବସି ଥିବା ବେଳେ ଚଳିତ ବର୍ଷ ନୂତନ ସରପଂଚ ସୂର୍ଯ୍ୟମଣି ନାୟକ ଟିକେ ଅଲଗା ଢାଂଚାରେ ବାଲିଯାତ୍ରା ପାଳନ କରିଛନ୍ତି । ଦେବୀଙ୍କ ଲାଠି ବୈପାରିଗୁଡା ସହର ପରିକ୍ରମା କରୁଥିବା ସମୟରେ ବିଭିନ୍ନ ପ୍ରକାର ବାଦ୍ୟନୃତ ସହ ଆଦିବାସୀ ନାଚର ତାଳେ ତାଳେ ଲାଠି ଙ୍କୁ ସ୍ୱାଗତ କରିଛନ୍ତି ଅଂଚଳବାସୀ ।

Exit mobile version