ଜିତେନ୍ଦ ଚୌଧୁରୀଙ୍କ ଉପରେ ମନରେଗା ଯୋଜନା ୨୩ ଲକ୍ଷ ୭୪ହଜାର ୪ଶହ ୧୭ଟଙ୍କାର ଅର୍ଥ ତୋଷାରପାତ ନିଲମ୍ବିତ କଲେ ଜିଲ୍ଲାପାଳ

ଜିତେନ୍ଦ ଚୌଧୁରୀଙ୍କ ଉପରେ ମନରେଗା ଯୋଜନାରେ ୨୩ ଲକ୍ଷ ୭୪ହଜାର ୪ଶହ ୧୭ଟଙ୍କାର ଅର୍ଥ ତୋଷାରପାତର କରିଥିବା ନେଇ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ଗୁରୁବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଜିଆରଏସ ଜିତେନ୍ଦ୍ର ଚୌଧୁରୀଙ୍କୁ ନିଲମ୍ବିତ କରିଛନ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବରେ ଜିତେନ୍ଦ୍ର ଚୌଧୁରୀ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସେ ପୂର୍ବରୁ ଭାପୁର ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟରତ ଥିଲେ ।

ସେହି ସମୟରୁ ତାଙ୍କ ବିରୁଦ୍ଧରେ ସରକାରୀ ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ଆସିଥିଲା । ଏନେଇ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ, ଜିତେନ୍ଦ ଚୌଧୁରୀଙ୍କ ଉପରେ ମନରେଗା ଯୋଜନାରେ ୨୩ ଲକ୍ଷ ୭୪ହଜାର ୪ଶହ ୧୭ଟଙ୍କାର ଅର୍ଥ ତୋଷାରପାତର କରିଥିବା ନେଇ ଅଭିଯୋଗ ହୋଇଥିଲା ।

 

Exit mobile version