ବସନ୍ତ ମଞ୍ଜରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଲଟ୍ରାସାଉଣ୍ଡ ବ୍ୟବସ୍ଥାରେ ଅନିୟମିତତା : ଚାଲିଛି CDMO ଙ୍କ ମନମୁଖୀ ଶାସନ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର ) ରଣପୁର ବ୍ଲକ୍,ଚାନ୍ଦପୁର :- ବହୁ ପ୍ରତିଷ୍ଠିତ ରଣପୁର ବ୍ଲକ୍ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ଟିଭି ହସ୍ପିଟାଲକୁ ୯ ବର୍ଷ ଧରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୂପେ ତଥା ହସ୍ପିଟାଲ୍ ଭିତରେ ସାଧାରଣ ଚିକିତ୍ସାର ଘୋଷଣା କରାଯିବା ପରେ ରୋଗୀଙ୍କ ପାଇଁ ଚଳିତ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଆଲଟ୍ରାସାଉଣ୍ଡ ନିୟମିତ ହେଉନଥିବା ଅଭିଯୋଗ ହୋଇଛି । ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା , ରକ୍ତ ନମୁନା ପରୀକ୍ଷା ଓ ମେଡିସିନ ଯୋଗାଇଦେବାର ସମସ୍ତ ବ୍ୟବସ୍ଥା ବଳବତ୍ତର ରହିଥିବା ବେଳେ ରୋଗୀ ଙ୍କ ପାଇଁ ହେଉଥିବା ଅଲଟ୍ରାସାଉଣ୍ଡ ବ୍ୟବସ୍ଥାରେ ଅନିୟମିତତା ଦେଖାଦେଇଛି ଯାହାକି ସପ୍ତାହ ରେ ଥରେ ଅଲଟ୍ରାସାଉଣ୍ଡ ହେଉଥିବା ଯୋଗୁଁ ରୋଗୀ ମାନେ ହଇରାଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ମେଡିକାଲରେ ଅଭିଜ୍ଞ ଗାଇନିଙ୍ଗ ଡାକ୍ତର ପି. କେ ନାୟକ ଓ ଡାକ୍ତର ଏସ. ରଥ ଙ୍କ ଦ୍ଵାରା ସପ୍ତାହରେ ଗୋଟିଏ ଦିନ ତଥା ସୋମବାର ଦିନ ଅଲଟ୍ରାସାଉଣ୍ଡ କରାଯାଉଥିବା ଜଣାଯାଇଛି । ସାପ୍ତାହିକ ଅଲଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତର ପି. କେ ନାୟକ ଙ୍କୁ ଦାୟିତ୍ଵ ଦିଆଯାଇଥିଲେ ହେଁ ସେ ଅନ୍ୟତ୍ର କାର୍ଯ୍ୟ ପ୍ରତିନିଧତ୍ଵ କରୁଥିବାରୁ ଚାନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଲଟ୍ରାସାଉଣ୍ଡ କରାଇବାରେ ଅବହେଳିତ ହେଉଥିବା ଅଭିଯୋଗ ହୋଇଛି ।

ଏନେଇ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରର ସିଡିଏମଓ ମଧ୍ୟ ତୁରନ୍ତ ପଦକ୍ଷେପ ନେଉନଥିବା ଦାବି ହୋଇଛି । ତେବେ ଗୋଟିଏ ଜାଗାରେ ନିଯୁକ୍ତି ପାଇ ଅନ୍ୟତ୍ର ଡେପୁଟେସନରେ ରହି ଅଲଟ୍ରାସାଉଣ୍ଡରେ ଅନିୟମିତତା କରିବା ପ୍ରଶାସନର ଅବହେଳିତ ସ୍ବାସ୍ଥ୍ୟ ବ୍ୟବସ୍ଥା ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । CDMO ଅଲଟ୍ରାସାଉଣ୍ଡ ଦାୟିତ୍ଵରେ ଥିବା ଡାକ୍ତର ଙ୍କ ଅନ୍ୟତ୍ର ଡେପୁଟେସନକୁ ରଦ୍ଦ କରି ବସନ୍ତ ମଞ୍ଜରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନିୟମିତ କରାଇବା ପାଇଁ ସାଧାରଣରେ ଦାବି ହେଉଛି ।

Exit mobile version