ମାଆ ନାହିଁ କି ବାପା ନାହିଁ : ଭଗବାନ ଭରସାରେ ୪ ନିଃସହାୟ ଅନାଥ ପୁଅ ଝିଅ


ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- ଭାଗ୍ୟର କି ବିଡମ୍ବନା । ବର୍ଷକ ତଳେ ମାଆ ଛାଡି ଆରପାରିକୁ ଚାଲିଯାଇଥିବା ବେଳେ କିଛି ଦିନ ତଳେ ବାପା ମଧ୍ୟ ୨ ପୁଅ ଓ ୨ ଝିଅ କୁ ଛାଡି ଚାଲିଗଲେ । ଆଉ ସବୁଦିନ ପାଇଁ ଅନାଥ ହୋଇଗଲେ ୨ ଶିଶୁ ଙ୍କ ସହ ୨ ପିଲା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର କାଣ୍ଡିକିଗୁଡା ଗ୍ରାମରେ । କେମିତି ଅଜଣା ରୋଗ ଗାଁ କୁ ଆସିଲା ଯେ ଏକା ସାଙ୍ଗରେ ବର୍ଷକ ଭିତରେ ୪ ସନ୍ତାନ ହୋଇଗଲେ ଅନାଥ । ମାଆ ସଇତା ଖରା ଗତ ବର୍ଷ ଗାଁରେ ହୋଇଥିବା ଅଜଣାରୋଗରେ ପୁଅଝିଅକୁ ଛାଡି ଆରପାରିକୁ ଚାଲିଗଲେ ।

ବାପା ଗୁରୁ ଖରା ମଧ୍ୟ କିଛି ଦିନ ତଳେ ଅଜଣାରୋଗରେ ପଡି ମୃତ୍ୟୁବରଣ କରି ୪ ସନ୍ତାନକୁ ଛାଡି ଆରପାରିକୁ ଚାଲିଯାଇଥିବା ନେଇ ଶୁଣିବାକୁ ମିଳୁଛି । ପ୍ରଥମେ ମାଆଙ୍କ ପରଲୋକ ହେବାପରେ ୪ ମାଆ ଛେଉଣ୍ଡ ସନ୍ତାନକୁ ବାପା ଗୁରୁ ଖରା ଲାଲନ ପାଳନ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରି ପ୍ରତିପୋଷଣ କରୁଥିଲେ । ତେବେ ନିୟତିର କ୍ରୁର ପରିହାସ ୪ ସନ୍ତାନଙ୍କ ଠାରୁ ଛଡାଇନେଲା । ସେମାନଙ୍କ ଏକାମାତ୍ର ସାହାଭରସା ଥିବା ବାପା ଗୁରୁ ଖରାଙ୍କୁ । ଏଭଳି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ଘଟିବା ପରେ ଏବେ ୪ ସନ୍ତାନ ତାଙ୍କ ଜେଜେବାପା ରାମ ଖରା ୬୦ ବର୍ଷିୟ ଓ ତାରେ ଖରା ୫୮ ବର୍ଷିୟଙ୍କ ପାଖରେ ଘରେ ଭରସା କରି ରହୁଛନ୍ତି ।

ମାଆ ଏବଂ ବାପାକୁ ହରାଇ ସମ୍ପର୍ଣ୍ଣ ନିଃସହାୟ ଓ ଉପାୟ ଶୂନ୍ୟ ହୋଇ ଭଗବାନ ଭରସାରେ ସହାୟତାକୁ ଚାତକ ଭଳି ଅନେଇ ବସିଛନ୍ତି ବାପା ମାଆକୁ ହରାଇ ଅନାଥ ହୋଇଥିବା କାଣ୍ଡିକିଗୁଡା ଗ୍ରାମର ସମା ଖରା ୧୫ ବର୍ଷିୟ, ବଜିନ୍ତି ଖରା ୧୩ ବର୍ଷିୟ , ହରଚିତା ଖରା ୧୦ ବର୍ଷିୟ, ପ୍ରତାପ ଖରା ୬ ବଷିୟ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ପାପ୍ତ । ବୃଦ୍ଧବୃଦ୍ଧା ତଥା ପରିବାରର ଆର୍ଥିକ ଅବସ୍ଥା ସୃଚ୍ଛଳ ନଥିଲେ ମଧ୍ୟ କେମିତି ଏତେ ଯାକ ପାଣୀ ଗୋଟିଏ ସ୍ଥାନ ରହିବେ ଏବଂ ସେମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଏବେ ସେମାନଙ୍କ ପାଇଁ କଷ୍ଟକର ବିଷୟ । ତେବେ ଘଟଣା ଜଣାପଡିବା ପରେ ଦଣ୍ଡାବାଡି ସରପଂଚ ଛେଣ୍ଡିଆ ଖିଲ ତାଙ୍କ ପାଖକୁ ଯାଇ ସମବେଦନା ଜଣାଇବା ସହ ପ୍ରଶାସନ ସହିତ କଥାବାର୍ତିା କରି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ମଧ୍ୟ ପ୍ରଦାନ କରିଛନ୍ତି ।

ଏବିଷୟକୁ ନେଇ ଗ୍ରାମର କିଛି ଯୁବକ ଟୁଇଟ ମାଧ୍ୟମରେ ପ୍ରଶାସନ ଓ ରାଜ୍ୟସରକାରଙ୍କ ନଜରକୁ ନେବା ପାଇଁ ପ୍ରୟାସ ମଧ୍ୟ କରିଛନ୍ତି । ଏହି ମାଆବାପାକୁ ହରାଇ ଥିବା ୪ ସନ୍ତାନକୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବା ନେଇ ସେହି ଅଂଚଳର ପରିଚିତ ସ୍ୱୋଚ୍ଛାସେବୀ ଅଭି ଗୌଡ ମଧ୍ୟ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ବାପା ମାଆକୁ ହରାଇ ନିଃସହାୟ ତଥା ଅନାଥ ହୋଇଯାଇଥିବା ଏହି ୪ ଜଣଙ୍କୁ ଉପଯୁକ୍ତ ସହାୟତାର ବ୍ୟବସ୍ଥା କରିବା ସହିତ ଏମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।

Exit mobile version