ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ: ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଘରକୁ ଫେରିଲା ମୃତଦେହ । ଜଙ୍ଗଲ ଭିତରେ ବୁଲାବୁଲି କରିବା ସ୍ଥାନୀୟ ପୋଖରୀକୁ ଯାଇ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ୫୦ ବର୍ଷିୟ ବୃଦ୍ଧ ମୃତବରଣ କରିଥିବା ନେଇ ଶୁଣିବାକୁ ମିଳୁଛି ।ଏମିତି ଦୁଃଖଦାୟକ ଘଟଣା ଘଟିଛି ବୈପାରିଗୁଡା ଥାନା ଅନ୍ତର୍ଗତ ମାଝୀଗୁଡା ପଂଚାୟତର ଭାଟିଗୁଡା ଗ୍ରାମରେ । ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ ବୃଦ୍ଧ ହେଲେ ସଦନ କମାରଙ୍କ ପୁଅ ରାମଚନ୍ଦ୍ର କମାର (୫୦ ) । ତେବେ ମିଳିଥିବା ସୂଚନା ଅନୁସାରେ ଭାଟିଗୁଡା ଗ୍ରାମର ରାମଚନ୍ଦ୍ର ସ୍ଥାନୀୟ ଜଙ୍ଗଲକୁ ଯ୍ଧବ ନିଜ ଘରକୁ ଫେରିବା ବାଟରେ ପୋଖରୀ ପଡିଥିବାରୁ ସେଏ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ ।

ଗ୍ରାମବାସୀ ପୋଖରୀରେ କାହାର ମୃତଦେହ ପଡିଥିବା ଦେଖି ଦମକଳ ବିଭାଗ ଓ ବୈପାରିଗୁଡା ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଂଚି ପୋଖରୀ ଭିତରକୁ ପଶି ଅନେକ ସମୟ ଖୋଜାଖୋଜି କଲା ପରେ ମୃତଦେହ ଉଦ୍ଧାର କରିଥିଲେ । ଘଟଣା କୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳି ଯାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବାର ଦେଖାଯାଇଛି । ବୈପାରିଗୁଡା ଅଗ୍ନିଶମ କର୍ମଚାରୀ ହାବିଲଦାର ଉମେଶ ଚନ୍ଦ୍ର ବାଗ, ଅଚ୍ୟୁତ ଓରାମ, ଜି.ହିକିମ, ଟି.ଚାଲାଣ ଓ ଏସ.ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ପୋଖରୀ ଭିତରୁ ମୃତ ଦେହ ଉଦ୍ଧାର କରିଥିବାର ସୂଚନା ହସ୍ତଗତ ହୋଇଛି ।

Exit mobile version