ବୈପାରିଗୁଡା ଠାରେ ଅହିଂସା ରଥ କୁ ସ୍ୱାଂଗତ ସମ୍ବର୍ଦ୍ଧନା : ତ୍ରିରଙ୍ଗା ଯାତ୍ରା ସହ ଆଦିବାସୀ ଗୀତରେ ନାଚିଲେ ବିଡିଓ – ତହସିଲଦାର ଓ ଛାତ୍ରଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ମଙ୍ଗଳବାର) ବୈପାରିଗୁଡା :- ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ରାଜ୍ୟବାସୀଙ୍କୁ ଗାନ୍ଧିଜୀଙ୍କ ଅହିଂସା ନୀତି ସହ ଓଡିଶାର ସ୍ୱାଧୀନତା ସଂଗ୍ରାମୀରେ ଉତ୍ସର୍ଗୀକୃତ ଅବଦାନ ରଖିଥିବା ସଂଗ୍ରାମୀ ମାନଙ୍କ ବିଷୟରେ ସୂଚନା ଦେବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଅହିଂସା ରଥ ରାଜ୍ୟବାପୀ ପରିକ୍ରମା କରୁଥିବା ବେଳେ ଆଜି ବୈପାରିଗୁଡା ବ୍ଲକ ଅଂଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।

ଗାନ୍ଧୀଜିଙ୍କ ଅହିଂସା ବାର୍ତିା ଧରି ଅହିଂସା ରଥ ବ୍ଳକ ର ସହିଦ ପୀଠ ତଥା ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନ ତେନ୍ତୁଳିଗୁମ୍ମା ଠାରୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଂଗତ କରିବା ସେଠାରୁ ସାସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ମୁଖରିତ ହେବା ସହ ବୈପାରିଗୁଡା ସହର ପରିକ୍ରମା କରିଥିବାର ଦେଖାଯାଇଛି । ବୈପାରିଗୁଡା ବିଏସଏଫ କ୍ୟାମ୍ପ ଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ, କଲେଜ ଛାତ୍ରଛାତ୍ରୀ ,ଲୋକପ୍ରତିନିଥି , ସରକାରୀ କର୍ମଚାରୀ ଓ ଗ୍ରାମବାସୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଗାନ୍ଧୀଜି ଏବଂ ଭାରତ ମାତାଙ୍କ ଜୟ ଗାନ କରି ରଥକୁ ସ୍ୱାଗତ କରିଥିଲେ । ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଓ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଅହିଂସା ରଥ ମୁଖ୍ୟଛକରେ ପହଂଚିବା ପରେ ସ୍ୱାଗତ କରି ଅହିଂସା ରଥ କୁ ପୂଜାଚର୍ଚ୍ଛା କରି ନଡିଆ ମାରି ଶୁଭାରମ୍ଭ କରି ମୁଖ୍ୟଛକରୁ ବିରଖମ୍ବ ପୋଲ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା ।

ତ୍ରିରଙ୍ଗା ଯାତ୍ରା ସହ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ବୈପାରିଗୁଡା ସହର ମୁଖରିତ ହୋଇ ଉଠିଥିଲା । ମୁଖ୍ୟଛକରେ ଏଲ ସି ଡି ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶାତ୍ମକ ବୋଧକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ତେବେ ଅହିଂସା ରଥକୁ ସ୍ୱାଗତ କରିବା ସହ ବିରଖମ୍ବ ପୋଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ବିଡିଓ ,ତହସିଲଦାର , କଲୋଜ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦୁରୁଆ ମାନେ ସମସ୍ତ ଏକାସାଙ୍ଗରେ ଆଦିବାସୀ ଗୀତରେ ନାଚି ନାଚି ତଳକୁ ଯାଇ ଅହିଂସା ରଥକୁ ବିଦାୟ ଦେଇଥିବାର ଦେଖାଯାଇଛି ।

ଛାତ୍ରଛାତ୍ରୀମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବେଶ ଧାରଣ କରି ଦେଶ ପ୍ରେମର ବାର୍ତିା ପ୍ରଦାନ କରିଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଜିଲ୍ଲାପରିଷଦ, ସରପଂଚ, ସମିତିସଭ୍ୟ ଙ୍କ ସହିତ ବିଏସଏଫ ୧୫୧ ବିଏନ କମାଣ୍ଡଣ୍ଠ ଶ୍ରୀ ଅଜୟ କୁମାର , ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି ଓ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଉପଖଣ୍ଡ ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ଯଶୋଦା ଗାଦବା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version