ଭାରତ ବିକାଶ ପରିଷଦ ପକ୍ଷରୁ ଅନାଥ ଶିଶୁ ଙ୍କୁ ସାଇକେଲ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ମଙ୍ଗଳବାର) ନୟାଗଡ :- ଗଣିଆ ଉନୟନ କମିଟି ତରଫରୁ ପରିଚାଳିତ ତପସ୍ୟା ଶିଶୁ ଗୃହ ର ଅନ୍ତେ ବାସିନୀ ପିଙ୍କି ନାୟକ ଓ ଶିବାନୀ ନାୟକ ନୟାଗଡ ଜିଲ୍ଲା ରେ ପ୍ରଥମ କରି ମାଟ୍ରିକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଊଚ୍ଚ ଶିକ୍ଷା ନିମନ୍ତେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ନାମ ଲେଖାଇ ଅଛନ୍ତି,

କିନ୍ତୁ ଦୈନିକ ଯିବା ଆସିବା କରିବାରେ ଉଭୟ ଙ୍କର ଅସୁବିଧା ଉପୁଜିବା ସମସ୍ୟା ସମ୍ପର୍କ ରେ ଉଷା ପଟ୍ଟନାୟକ ଙ୍କ ଠାରୁ ଅବଗତ ହେବା ପରେ ଭାରତ ବିକାସ ପରିଷଦ ନୟାଗଡ ଶାଖା ର ଦୁଇ ଜଣ ବଦାନ୍ୟ ବ୍ୟକ୍ତି ଘନଶ୍ୟାମ ସାହୁ ଓ ମିହିର ରଞ୍ଜନ ନାୟକ ସହାୟତା ରେ ଦୁଇଟି ସାଇକେଲ ପ୍ରଦାନ କରାଯାଇ ଛି l

ଏହି ଅବସରରେ ପରିଷଦ ତରଫରୁ ଅଧ୍ୟକ୍ଷ ହରିହର ସାହୁ ସଚିବ ଅନାଦି ଚରଣ ମହାନ୍ତି , ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଦାମୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଓ କାମାକ୍ଷା ପ୍ରସାଦ ଦାଶ ଉପସ୍ଥିତ ଥିବା ବେଳେ ତପସ୍ୟା ର ସନ୍ଧ୍ୟା ପଟ୍ଟନାୟକ, ଅଳକା ପାହାଡ଼ ସିଂ, ଚନ୍ଦ୍ରଶେଖର ବେହେରା ଓ ସୁଜାତା ବାରିକ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ଦିଗରେ ସହଯୋଗ କରିଥିଲେ l

Exit mobile version