
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ସୋମବାର )ପୁରୀ :- ଶ୍ରୀକ୍ଷେତ୍ରରେ ୨ୟ ଭାନୁଦେବଙ୍କ ସମୟରେ ଏହି ୨୨ ପାହାଚ ନିର୍ମାଣ ହୋଇଥିଲା ବୋଲି କିଛି ଗବେଷ କୁହନ୍ତି । ସେମାନଙ୍କ ମତରେ ରାଜା ଭାନୁଦେବ ଅପୁତ୍ରିକ ଥିଲେ । ଏଣୁ ଭଗବାନ ଜମ୍ବେଶ୍ବର ମହାଦେବକଙ୍କୁ ସେ ପ୍ରାର୍ଥନା କରି ପୁତ୍ର କାମନା କରନ୍ତି । ଠାକୁରଙ୍କ କୃପାରୁ ଭାନୁଦେବଙ୍କ ପୁଅଟିଏ ବି ହେଲା । ହେଲେ ଜାତକ କାଟିଲା ବେଳେ ଅବଧାନେ କହିଲେ, ଏ ପୁଅଟି ଆପଣଙ୍କ ୨୨ ବର୍ଷ ଆୟୁଷ ନେଇ ଜନ୍ମ ହୋଇଛି । ଏଣୁ ୨୨ ଡେଇଁଲେ, ଏହାର ମୃତ୍ୟୁ ସୁନିଶ୍ଚିତ ।
