ବିଦ୍ୟାଳୟ ପରିଦର୍ଶରେ ଜିଲ୍ଲାପରିଷଦ ନିର୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି ସହ ଶିକ୍ଷକ ଅନୁପସ୍ଥିତ ନେଇ ବିଗିଡ଼ିଲେ କାର୍ଯ୍ୟନୁଷ୍ଠାନ ପାଈଁ ଶିକ୍ଷା ଅଧିକାରି ଙ୍କୁ ନିର୍ଦେଶ

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ସୋମବାର ) ବୈପାରୀଗୁଡା :-  ବୈପାରୀଗୁଡା ବ୍ଲକ ରାମଗିରି ପଂଚାୟତ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ l ରାମଗିରି ପଂଚାୟତ ଦାନ୍ଦରଖାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ସମୟରେ 3.40 ମିନିଟ ରେ ବିଦ୍ୟାଳୟ ଛୁଟି ହୋଇଯାଇଥିବା ସହ ବିଦ୍ୟାଳୟ ର ଦୁଇ ଶିକ୍ଷୟତ୍ରୀ ପଳେଇ ଯାଇଥିଲେ ଏବଂ ପ୍ରଧାନଶିକ୍ଷକ ବିଦ୍ୟାଳୟ ବନ୍ଦ କରି ଯିବା କୁ ବାହାରୁ ଥିଲେ l ଏହି ସମୟ ରେ ଜିଲ୍ଲା ପରିଷଦ ଙ୍କୁ ଦେଖି ପ୍ରଧାନ ଶିକ୍ଷକ ହଡ଼ବାଡେଇ ଯାଇଥିଲେ l ବିଦ୍ୟାଳୟ ଛୁଟି କାହିଁକି କଲ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ l

ଏବଂ ଅନ୍ୟ ଶିକ୍ଷୟତ୍ରୀ କୁଆଡେ ଗଲେ ପଚାରିବାରୁ ବସ ସମୟ ହୋଇଥିବାରୁ ସେମାନେ ଚାଲିଗଲେ ବୋଲି କହିଥିଲେ l ଏହା ଗୋଟିଏ ଦିନର ନୁହଁ ପ୍ରତି ଦିନର ଘଟଣା ବୋଲି ଗାଁ ବାସି ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳ ରେ ବହୁ ବିଦ୍ୟାଳୟ ରେ ଏପରି ଅବ୍ୟବସ୍ଥା ଶିକ୍ଷକ ମାନେ ନିଜ ସୁବିଧା ରେ ବିଦ୍ୟାଳୟ ଖୋଲୁଛନ୍ତି ଆଉ ବନ୍ଦ କରୁଛନ୍ତି l ତେବେ ଏନେଇ ଜିଲ୍ଲା ପରିଷଦ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିନ ମଲ୍ଲିକ ଙ୍କୁ ବିଦ୍ୟାଳୟ ପରିସର ଠାରୁ ଫନ କରି ଜଣେଇବା ସହ ସମୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠନ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି l

ତେବେ ଆଗକୁ ମଧ୍ୟ୍ୟ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ଶ୍ରୀ ମହୁରିଆ ପ୍ରକାଶ କରିଛନ୍ତି l ଜିଲ୍ଲାପରିଷଦ ଙ୍କ ଗସ୍ତ ସମୟରେ ରାମଗିରି ସମିତି ସଭ୍ୟା ମୋହନ ମାଛ, ନାଏବ ସରପଞ୍ଚ ଗୁପ୍ତ କମାର ଉପସ୍ଥିତ ରହିଥିଲେ l ବ୍ଲକ ଶିକ୍ଷା ଅଧିକାରୀ ଓ କ୍ଷେତ୍ର ଅଧିକରୀ ବିଦ୍ୟାଳୟ ଭ୍ରମଣ କରୁନଥିବାରୁ ଶିକ୍ଷକ ମାନେ ଏପରି ଠକୁ ଥିବା ବୁଦ୍ଧିଜିବି ପ୍ରକାଶ କରିଛନ୍ତି l

Exit mobile version