ବଢୁଛି ତାତି : ରାସ୍ତାକଡ଼ ମୃଦୁପାନୀୟର ବଢୁଛି ଚାହିଦା

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଗ୍ରୀଷ୍ମ ପ୍ରକୋପ ବଢିବାରେ ଲାଗିଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଏବଂ ତୃଷା ମେଂଟାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟର ସାହାରା ନେଉଛନ୍ତି । ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ଲୋକ ମାନଙ୍କ ନିମନ୍ତେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ଛକ ଏବଂ ଜଗହଳିପୂର୍ଣ୍ଣ ଅଂଚଳରେ ଠେଲା ଗାଡ଼ିରେ ଆଖୁ ରସ, କମଳାରସ, ପୁଦିନା ପାଣି, ମସଲା ସୋଡ଼ା, ବାଟି ସୋଡ଼ା, ଦହି ସୋଡ଼ା, ଲେମ୍ଭୁ ସରବତ, ଲସି ସମେତ ବିଭିନ୍ନ ରକମର ଫଳରସ ବହୁଳ ମାତ୍ରାରେ ବିକ୍ରି ଚାଲିଛି । ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ ତଥା ହିଞ୍ଜିଳିକାଟୁ ପୌରାଂଚଳର ଘୋଡ଼ାହାଡ଼ ସେତୁ ନିକଟସ୍ଥ ଅଂଚଳ, ବଇଁଚ ବଣିଆ ଛକ, ସିନେମାହଲ ଛକ, ରଜା ସାହି ଛକ, ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ଅସ୍ଥାୟୀ ବସଷ୍ଟାଣ୍ଡ, କଲେଜ ଛକ, ତହସିଲ ଛକ , ମେଡ଼ିକାଲ ଛକ ପ୍ରଭୃତି ଜନଗହଳି ପୂର୍ଣ୍ଣ ଅଂଚଳରେ ଠେଲାଗାଡ଼ି ସହାୟତାରେ ପ୍ରାକୃତିକ ଉପାୟରେ ପ୍ରସ୍ତୃତ ମୃଦୁ ଥଣ୍ଡାପାନୀୟ ଗୁଡ଼ିକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।

ଗରମରୁ ତ୍ରାହି ପାଇବା ପାଇଁ ଲୋକମାନେ ହାତ ପାହାନ୍ତାରେ ଏବଂ ରାସ୍ତା କଡ଼ରେ ମିଳୁଥିବା ଥଣ୍ଡା ପାନୀୟକୁ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ମୁଖ୍ୟତଃ ଲେମ୍ଭୁ, ଚିନି, ପୁଦିନା, ଜଲଜିରା ପାଉଡ଼ର, ଲୁଣ, ଆମ୍ବଅଦା, ଦହି, କାର୍ବନ ଡ଼ାଇଅକ୍‌ସାଇଡ଼ ଗ୍ୟାସ୍‌, କଳାଲୁଣ ସାଙ୍ଗରେ ଥଣ୍ଡା ପାନୀୟ, ବିଭିନ୍ନ ସ୍ୱାଦ ଓ ଫଳରସ ମିଶାଇ ଏହି ମୃଦୁ ପାନୀୟ ପ୍ରସ୍ତୃତ କରାଯାଉଥିବାର ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଛକ ସ୍ଥାନ ମାନଙ୍କରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବହୁ ରକମର ଥଣ୍ଡା ପାନୀୟ ବ୍ୟବସାୟୀ ଠେଲା ଗାଡ଼ିରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢୁଥିବାରୁ ସ୍ଥାନୀୟ ବଜାରରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ମୃଦୁ ପାନୀୟ ସମେତ ବିଭିନ୍ନ ଫଳରସ, ସରବତ, ଆଖୁରସ ବଜାରରେ ଉପଲବ୍ଧ ହେଉଛି ।

ଏପରିକି କିଛି ପାନ ଦୋକାନ ଗୁଡ଼ିକରେ ଦୋକାନୀ ମାନେ ଲୋକଙ୍କ ଚାହିଦାକୁ ଆଖିଆଗରେ ରଖି ଲେମ୍ଭୁ ମିଶ୍ରି ପଣା ଓ ଭୁଷିମିଶ୍ରି ପଣା ବିକ୍ରି କରୁଛନ୍ତି । ଗ୍ରୀଷ୍ମର ପ୍ରକୋପୂ ବଢିବା ସହ ଠେଲା ଗାଡ଼ିରେ ମୃଦୁ ପାନୀୟ ବ୍ୟବସାୟୀ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାର ଜେଣାପଡ଼ୁଛି । ଗ୍ରୀଷ୍ମଋତୁରେ ଦୈନିକ ପ୍ରାୟ ୧ ହଜାର ଟଙ୍କାରୁ ୧୫ ଶହ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହେଉଥିବା ନେଇ କିଛି ମୃଦୁପାନୀୟ ବ୍ୟବସାୟୀ କହିଛନ୍ତି । ( ରିପୋର୍ଟ – ଶେଷଦେବ ସାହୁ )

odishatazanews.com, whatsApp – 9938341180,ph.7008991872, facebook– odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version