ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ବୈପାରିଗୁଡା :- ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲାଙ୍କ ଦୁଇଦିନିଆ କୋରାପୁଟ ଗ୍ରସ୍ତରେ ଆସିଥିବା ବେଳେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ରବିବାର ଦିନ ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲାଙ୍କ କୁନ୍ଦୁରା ବ୍ଲକ ର ବୁଦାଗୁଡା ଗ୍ରାମରେ ପହଂଚି ଦୁରୁଆ ଗ୍ରାମବାସୀ ମହିଳା ମାହାସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦାନ କରି ଯାଉଥିବା ବେଳେ ବୈପାରିଗୁଡା ମୁଖ୍ୟରାସ୍ତାରେ ରାସ୍ତାର ଦୁଇ କଡରେ ଜନସାଧାରଣ ମାନେ ଠିଆ ହୋଇ ରାଜ୍ୟପାଳଙ୍କୁ ଦେଖିଥିଲେ ।

ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲା ପ୍ରଥମଥର ପାଇଁ କୋରାପୁଟ ଆସିବା ସହିତ ଆଦିବାସୀ ଅଂଚଳ ଗ୍ରସ୍ତ କରିଥିବା ବେଳେ ବୈପାରିଗୁଡା ଦେଇ କୁନ୍ଦୁରାର ବୁଦାଗୁଡା ଯାଇ ସେଠାରେ କାର୍ଯ୍ୟକ୍ରମ ଶେଷ କରି ପୁଣି ଥରେ ଏହି ରାସ୍ତା ଦେଇ ବୈପାରିଗୁଡା ଆସି ଜୟପୁର ଯାଇଥିବାର ଦେଖାଯାଇଛି ।
