ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ସଂସ୍ଥାପନ ପର୍ବ ପାଳନ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିଠାରେ ୨୦୨୨-୨୩ ବର୍ଷ ପାଇଁ ଲାୟନ୍ସ କ୍ଲବର ନୂତନ ସଭାପତି ଶ୍ରୀ ଟି. ରବି କୁମାର ପାତ୍ର ଏବଂ ତାଙ୍କର ସମସ୍ତ କର୍ମକର୍ତ୍ତାବୃନ୍ଦ ତଥା ସମ୍ପାଦକ ଶ୍ରୀମତୀ ଭାରତୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀମତୀ ଦେବସ୍ମିତା ମିଶ୍ର, ଉପସଭାପତି ଶ୍ରୀ ନିକୁଞ୍ଜ ଷଡ଼ଙ୍ଗୀ, ଶ୍ରୀ ପ୍ରମୋଦ ପାତ୍ର ପ୍ରମୁଖଙ୍କୁ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଡ. ପ୍ରଶାନ୍ତ କୁମାର ତ୍ରିପାଠୀ ଯଥାବିଧି ସେମାନଙ୍କର ଦାୟିତ୍ୱ ବିଷୟରେ ଅବଗତ ତଥା ଶପଥପାଠ କରାଇ ପୂର୍ବତନ ସଭାପତି ଶ୍ରୀ କୁନାଲ ଦାସଙ୍କ ଠାରୁ ଦାୟିତ୍ୱ ହସ୍ତାନ୍ତର କରାଇ ଉଚ୍ଚ ପଦବୀରେ ପ୍ରତିଷ୍ଠା କରାଇଥିଲେ ।

ନୂତନ ସଭ୍ୟମାନଙ୍କୁ ପର୍ବତନ ଜିଲ୍ଳା ଗଭର୍ଣ୍ଣର ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଲାୟନ୍ସ ବିଷୟରେ ଅବଗତ କରାଇ ଲାୟନ ସଭ୍ୟ ଭାବରେ ଜିଲ୍ଲାର ସମସ୍ତ କର୍ମକର୍ତ୍ତା, ବିଭିନ୍ନ କ୍ଲବର ସଭାପତି, ସମ୍ପାଦକ ଅନ୍ୟାନ୍ୟ ଲାୟନ ସଭ୍ୟ ଏବଂ କ୍ଲବର ସମସ୍ତ ଲାୟନ ବନ୍ଧୁମାନଙ୍କୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ସମ୍ପାଦକ ଲାୟନ ଶ୍ରୀ ଦେବାଶିଷ ପଟ୍ଟନାୟକ କ୍ଲବର ବିଭିନ୍ନ ସେବାମୂଳକ କାର୍ଯ୍ୟର ବିବରଣୀ ପାଠ କରିଥିଲେ ।

ଆଞ୍ଚଳିକ ଅଧ୍ୟକ୍ଷ ଲାୟନ ଶ୍ରୀ ସତ୍ୟନ୍ଦ୍ର ନାରାୟଣ ପଟ୍ଟନାୟକ, ଲାୟନ ଶ୍ରୀ ବିମଳ ଚନ୍ଦ୍ର ଦାସ, କ୍ଲବର ବିଭିନ୍ନ କାର୍ଯ୍ୟ ସହିତ ଜଡ଼ିତ ରହିବା ନେଇ ଆଲୋକପାତ କରିଥିଲେ । ଉପ ଆରକ୍ଷୀ ଶ୍ରୀ ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ମୁଖ୍ୟ ଅତିଥି କ୍ଲବ ତରଫରୁ ଏକ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଲାୟନ ଶ୍ରୀ ପ୍ରଦିପ୍ତ ମହାନ୍ତି ଏବଂ ଲାୟନ ଶ୍ରୀ ପରଭେଜ ଖାନ ଅତି ସୁନ୍ଦର ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଲାୟନ ଶ୍ରୀମତୀ ଭାରତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version