ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ର ସାଧାରଣ ସଭା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ ଖଣ୍ଡପଡ଼ା ରୋଡସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଶ୍ବ ଭାତୃତ୍ଵ ଦିବସ ତଥା ସ୍ବାମୀଜୀଙ୍କ ଚିକାଗୋ ବକ୍ତ୍ରତା ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖାର ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ରାଜ୍ଯ କାର୍ଯ୍ଯକର୍ତ୍ତା ତଥା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବ ବିଦ୍ଯାଳୟ,ତିରୁପତିର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ଯ ଅତିଥିଙ୍କ ମାର୍ଗ ଦର୍ଶନରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖାର କାର୍ଯ୍ଯକାରିଣୀ କମିଟି ଗଠନ କରାଯାଇଥିଲା ।

ସର୍ବସମ୍ମତିକ୍ରମେ ସଭାପତି ଭାବେ ପ୍ରଫେସର ରାମଚନ୍ଦ୍ର ମିଶ୍ର,ଉପସଭାପତି ବିଜୟ କୁମାର ରଥ,ସମ୍ପାଦକ ଶ୍ରୀଧର ସାହୁ, ସହ- ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ସାହୁ,କୋଷାଧ୍ଯକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ (ବୌଦ୍ଧିକ ବିକାଶ)- ଡକ୍ଟର ବ୍ଯୋମକେଶ ରଥ,ସଦସ୍ଯ (କଳା ଓ ସଂସ୍କୃତି)- ନିରଞ୍ଜନ ନାୟକ,ସଦସ୍ଯ (ସେବା ଓ ଗ୍ରାମ ବିକାଶ)- ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସଦସ୍ଯ (ଯୁବ ବିକାଶ)- ଶ୍ରୀ ପିତବାସ ବିଶ୍ବାଳ,ସଦସ୍ଯ (ସାହିତ୍ୟ ଓ ପ୍ରକାଶନ)- ନୀଳିମା ନନ୍ଦ,ସଦସ୍ଯ (ଯୋଗାଯୋଗ)- ପ୍ରଦୀପ କୁମାର ସାହୁ ଚୟନ ହୋଇଥିଲେ। ଲୋକ ସଂସଦ ର ଆଭିମୁଖ୍ୟ, ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ସଂପାଦକ ଶ୍ରୀଯୁକ୍ତ ସାହୁ ବିସ୍ତୃତ ବିବରଣୀ ପାଠ କରିଥିଲେ।

ମୁଖ୍ଯ ଅତିଥି ସ୍ବାମୀ ବିବେକାନନ୍ଦ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ କଲ୍ୟାଣରେ ନିଜକୁୁ ସମର୍ପିତ କରିବା ପାଇଁ ଆହ୍ବାନ ଦେଇଥିଲେ। ସଭାପତି ନାଟ୍ୟକାର ପ୍ରଫେସର ମିଶ୍ର ସକାରାତ୍ମକ ଚିନ୍ତନ, ପ୍ରଚଣ୍ଡ ଆତ୍ମ ବିଶ୍ବାସ, ସ୍ବଦେଶ ଓ ସ୍ବଧର୍ମ ରେ ଆସ୍ଥା, ସର୍ବପନ୍ଥ ସମ୍ମାନ ବୋଧ ଆଦି ମହତ ଗୁଣକୁ ଆପଣେଇ ସଂଗଠନକୁ ଆଗେଇ ନେବା ପାଇଁ ନିବେଦନ କରିଥିଲେ। ପରିଶେଷରେ ସହ- ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

 

Exit mobile version