ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ବାଲିଗୁଡା :- ସମଗ୍ର କନ୍ଧମାଳ ଜିଲ୍ଲାରେ ଆଜକୁ ଦୁଇଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି, ଯାହା ଫଳରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି ।

ଏ ନେଇ ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈକୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସା କରାଯାଇଛି । ସ୍ଥାନୀୟ ପ୍ରାଣୀଧନ ବିଶେଷଜ୍ଞ ଦୀପକ ପ୍ରଧାନ ଏହାର ଚିକିତ୍ସା କରିଛନ୍ତି ।
