
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ପୁରୀ :- ଧର୍ମ ଓ ପର୍ଯ୍ୟଟନ ସହର ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ-କଲେଜ ଛାତ୍ରଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରାଯିବା ସହ ପୁରୀ ରେ ସେଣ୍ଟ ଜନ ଆମ୍ବୁଲାନ୍ସ ଜୁନିଅର ଡିଭିଜନ ଆରମ୍ଭ କରାଯିବ ବୋଲି ବିଶ୍ଵ ଫାଷ୍ଟ ଏଡ୍ ଦିବସ ରେ ପୁରୀ ଜିଲ୍ଲା ସେଣ୍ଟ ଜନ ଆମ୍ବୁଲାନ୍ସ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଉପଦେଷ୍ଟା ବଦ୍ରି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ,

