ଶ୍ରାବଣ ଗଲା ପରେ ମଧ୍ୟ ଶ୍ରାବଣ ଛତୁର ଚାହିଦା ବୈପାରିଗୁଡା ଠାରେ ବଢୁଛି

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶନିବାର ) ବୈପାରିଗୁଡା :- ଆଦିବାସୀ ଅଧ୍ୟୁଷିତ କୋରାପସ୍ୱଙ୍କ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଏବେ ଶ୍ରାବଣ ମାସ ସରିବା ପରେ ମଧ୍ୟ ପ୍ରବଳ ମାତ୍ରାରେ ଶ୍ରାବଣ ଛତୁ ବଜାରକୁ ବିକ୍ରି ହେବା କୁ ଆସୁଥିବା ବେଳେ ଶ୍ରାବଣ ଛତୁର ଚାହିଦା ବଢିବାରେ ଲାଗିଛି । ପ୍ରଥମେ ପ୍ରଥମେ କିଲୋ ପିଛା ୧୨ ଶହ ଟଙ୍କା ଥିବା ବେଳେ ଏବେ ତଳକୁ ଖସି ତାହା ୩ ଶହ ରୁ ୪ ଶହ ଟଙ୍କାରେ ମିଳୁଛି । ଆଜି ବୈପାରିଗୁଡା ମୁଖ୍ୟ ଛକରେ ଛତୁ ବେପାରୀ ମାନେ ବସି ଛତୁ ବିକ୍ରି କରିବା ସହ କେତେ ଜଣ ଜୟପୁର ମଧ୍ୟ ଯାଇ ଶ୍ରାବଣ ଛତୁ ବିକ୍ରି କରିଥିବାର ଜଣାପଡିଛି ।

ହଠାତ ଦର କମିବା ପରେ ଗ୍ରାହକ ମାନେ ମଧ୍ୟ ଗୋଟିଏ ଗୋଟିଏ ବେପାରୀ ମାନଙ୍କ ପାଖରେ ଲମ୍ବା ଲାଇନରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଏବେ ବୈପାରିଗୁଡା ବଜାରରେ ବଢୁଛି ଛତୁର ଚାହିଦା । ଆଜିକାଲି ବର୍ଷ ତମାମ ଛତୁ ମିଳୁଥିବା ବେଳେ ଶ୍ରାବଣ ଛତୁ ଚାହିଦା ଅନ୍ୟତମ । ବଜାରରେ କୃତ୍ରିମ ଉପାୟରେ ଚାଷ କରି ଛତୁ ପ୍ରସ୍ତୁତ କରାଯାଉଛି ତେବେ ପ୍ରାକୃତିକ ପରିବେଶରେ ଉଠୁଥିବା ଛତୁର ଚାହିଦା ଅଧିକ ଓ ସ୍ୱାଦ ଟିକେ ଅତି ନିଆରା ।

ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନଙ୍କରେ ବିଶେଷ କରି ଶ୍ରାବଣ ମାସରେ ବର୍ଷା ସାଙ୍ଗକୁ ଘଡଘଡି ହେବା ଫଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଛତୁ ବଣଜଙ୍ଗଲରେ ଫୁଟିଥାଏ ।ତାହା ପରେ ଲୋକେ ଏହାକୁ କାଢି ରାସ୍ତାଘାଟରେ ଛତୁର ପସରା ମେଲାଇ ଗ୍ରାହକଙ୍କ ଅପେକ୍ଷାରେ ବସିଥାନ୍ତି । ବର୍ଷା ଓ ଘଡଘଡି ମାରିବା ପରେ ଗାଁ ଗହଳିର ଲୋକେ ସକାଳୁ ସକାଳୁ ଟୋକେଇ,ବ୍ୟାଗ,ଝୁଡି ଧରି ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି । ଗାଁ ଗହଳିର ଯୁବକ ମାନେ କହିବା ଅନୁସାରେ ଛତୁ ମାନଙ୍କ ମଧ୍ୟରେ ଅଧିକ ସୁଆଦିଆ ହେଉଛି ବାଲି ଛତୁ , ଶ୍ରାବଣ ଛତୁ, ବଡା ଛତୁ ।

ଏଣୁ ସେ ସବୁର ଚାହିଦା ଏହି ଅଂଚଳରେ ଅଧିକ । ଆଗରୁ ଘରବାଡି,ପଡିଆ ଓ ପାହାଡରେ ବହୁତ ପ୍ରକାର ଛତୁ ମିଳୁଥିଲା ।ତେବେ ଆଜିକାଲି ଆଉ ସେତେ ମିଳୁନାହିଁ । ଧିରେ ଧିରେ ଏହି ଛତୁ ଗୁଡିକ ବାହାରିବା କମୁଥିବାରୁ ଏହାର ଦର କମିବା ପରିବର୍ତେି ଦିନ କୁ ଦିନ ବଢି ଚାଲିଛି । ଅପରପକ୍ଷ ଛତୁ ସଂଗ୍ରହକାରୀଙ୍କ ଠାରୁ ବଡବଡ ବେପାରୀ ମାନେ କମ ମୂଲ୍ୟରେ କିଣି ବଜାରରେ ଅଧିକ ଦର ଦେଇ ବିକ୍ରି ମଧ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଦର ଅଧିକ ଥିଲେ ମଧ୍ୟ ଲୋକଙ୍କ ପସନ୍ଦ ଥିବାରୁ ଛତୁ ବଜାରକୁ ଆସିବା ମାତ୍ର କମ ସମୟ ମଧ୍ୟ ସରି ଯାଉଥିବାର ଦେଖିବାକୁ ମିଳିଛି ।

Exit mobile version