ପୂର୍ବତନ ଡାକ ବିଭାଗ ଅଧିକାରୀ ତଥା ନୀଳାଦ୍ରି ବିହାର ଆବାସିକ ସଂଘର କର୍ମକର୍ତା ହରିହର ଦାସଙ୍କୁ ତାଙ୍କ ଏକାଦଶାହରେ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ପୂର୍ବତନ ଡାକବିଭାଗ ଅଧିକାରୀ, ନୀଳାଦ୍ରିବିହାର ଆବାସିକ ସଂଘର ପୂର୍ବତନ କର୍ମକର୍ତା, ସମାଜସେବୀ ସ୍ୱର୍ଗତଃ ହରିହର ଦାସଙ୍କୁ ତାଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ନୀଳାଦ୍ରି ବିହାର ଦୁର୍ଗାପୂଜା ମଣ୍ଡପ ଠାରେ ବରିଷ୍ଠ ଆଇନଜିବୀ ତଥା ଆବାସିକ ସଂଘର ଉପଦେଷ୍ଟା

ମନମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ବରିଷ୍ଠ ସଭ୍ୟ ଗଦାଧର ରଥ, ନିରଞ୍ଜନ ସାହୁ, ଆବାସିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ପାତ୍ର, ସଭ୍ୟ ମିହିର କୁମାର ମିଶ୍ର.
