ପାରଳାଖେମୁଣ୍ଡି ଉପ କାରାଗାରରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ପୂର୍ବାହ୍ନରେ ସ୍ଥାନୀୟ ଉପ କାରାଗାର ଠାରେ ଉପ କାରାଗାର ଅଧିକ୍ଷକ ହନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ସହ କୋଭିଡ୍ ବୁଷ୍ଟର ଡୋଜର ଆବଶ୍ୟକତା ଏବଂ ତୁରନ୍ତ ଗ୍ରହଣର ସେବା ସଂପର୍କରେ ବିସଦ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ୨୦୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ଯୋଗଦାନ କରିଥିଲେ ।

ସମାଜସେବୀ ଭାଗବତ ପାଢ଼ୀ,ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ,ଡ଼କ୍ଟର ଗୁପ୍ତା,ସ୍ଵିନି ଦାଶ, ମିଲନ ଅଧିକାରୀ,ସଂଗୀତା, ଶିବାନୀ,ଏଲ୍ ଅରୁଣା ପ୍ରଭୃତି ଯୋଗଦାନ କରି ଶିକ୍ଷାର ମହତ୍ତ୍ୱ ତାର ବ୍ୟବହାରିକ ମୂଲ୍ୟବୋଧ ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ସମ୍ପର୍କରେ ବୁଝାଇଥିଲେ ।

Exit mobile version