ଜଟଣୀ ୟୁଥ ଫେଡରେଶନର : ୫ମ ଯୁବ ସମ୍ମାନ ଉସ୍ଛବ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ଖୋର୍ଦ୍ଧା-ଜଟଣୀ :- ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଟଣୀ ୟୁଥ ଫେଡରେଶନର ୫ମ ଯୁବ ସମ୍ମାନ ଉସ୍ଛବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନ ପକ୍ଷରୁ ଜଟଣୀ ଥାନାଛକ ଠାରେ ଆୟୋଜିତ ଯୁବସମ୍ମାନ ଉତ୍ସବରେ ରାଜ୍ୟସଭା ସାଂସଦ ମୁଯିବୁଲା ଖାନ@ମୁନା ଖାଁ,ଖୋର୍ଦ୍ଧାଜିଲ୍ଲା ବିଜେଡ଼ି ସଭାପତି ବିଭୁତି ବଳବନ୍ତରାୟ,ଜଟଣୀ ପୌରପାଳ ଅନନ୍ତ ବେହେରା,ବରିଷ୍ଠ କାଉନସିଲର ଜଟାଧାରୀ ପ୍ରଧାନ,

ବିଜେଡ଼ି ସଂଖ୍ୟାଲଘୁ ସେଲର ସମ୍ପାଦକ ଫାରୁକ ବାବୁ,୭ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ମୋହିନୀ ନାୟକଙ୍କ ପ୍ରତିନିଧି ସରୋଜ ନାୟକ,କାଉନସିଲର ଦିଲ୍ଲୀପ ମାର୍ଥା,ପୂର୍ବତନ କାଉନସିଲର ବିରଞ୍ଚି ନାରାୟଣ ସେଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଭା ମାନଙ୍କୁ ଯଥା ଶିଶୁ ପ୍ରତିଭା ଭାବେ ସୀଦ୍ଦୀକ୍ଷା ପ୍ରିୟ ଦର୍ଶିନୀ,ସମାଜସେବୀ ଶିବ ପ୍ରସାଦ ମହାପାତ୍ର, ଆଇନ ସେବା କ୍ଷେତ୍ରରେ ବରିଷ୍ଠ ଆଇନଜୀବୀ ପ୍ରକାଶ ପଟଶାଣୀ,

ଯୁବ ବ୍ୟବସାୟୀ ଜିତେନ୍ଦ୍ର ପଟନାୟକ ଏବଂ ଗଣମାଧ୍ୟମରେ କାର୍ୟ୍ଯକରି ବେଶ ସୁନାମ ଓ ଖ୍ୟାତି ଅର୍ଜ୍ଜନ କରିଥିବା ନକ୍ଷତ୍ର ନିୟୁଜ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଇଫତେଖାର ଅଲ୍ଲୀ {ବାବୁଲି}ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ପାଇକରାୟ ସଭାପତିତ୍ୱ କରିଥିବା ବେଳେ ଉପ ସଭାପତି ରବୀନ୍ଦ୍ର ମହାକୁଡ଼ ସଭା ପରିଚାଳନା ଓ ସମ୍ପାଦକ ଅନନ୍ତ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version