ରେଳ ଉପଭୋକ୍ତା ସଂଘ ର ବୈଠକ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :- ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ତଥା ନୂଆଖାଇ ଭେଟଘାଟ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ତିନିଜଣ ନୂତନ ସଦସ୍ୟ ଅନିଲ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ନନ୍ଦଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରଥମେ ଜାତୀୟ ସଙ୍ଗୀତ ଗାନ କଲାପରେ ମା’ ସମଲେଶ୍ୱରୀଙ୍କ ଚିତ୍ର ପାଖରେ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ପ୍ରଦୀପ ଦେବତାଙ୍କ ଅଭିଭାଷଣ ପରେ ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ ନୂଆଦିଲ୍ଲୀର ରେଳଭବନରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଏ ଅଞ୍ଚଳର ବିଭିନ୍ନ ଦାବୀ ସମ୍ପର୍କରେ ହୋଇଥିବା ଆଲୋଚନା ବିଷୟରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ।

ଉପସଭାପତି ତଥା ସମ୍ବଲପୁର ମଣ୍ଡଳ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ଡିଆରୟୁସିସି ସଦସ୍ୟ କୃଷ୍ଣ ଚନ୍ଦ୍ର ପଣ୍ଡା ଗତ ଡିଆରୟୁସିସି ବୈଠକରେ ଆଲୋଚନା ବିଭିନ୍ନ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସମ୍ପାଦକ କମଳ ଯୋଷୀ ସଂଘର ସୃଷ୍ଟି ତଥା ଆଭିମୁଖ୍ୟ ସମ୍ପର୍କରେ ନିଜ ମତ ରଖିଥିଲେ। ପରେ ସଦସ୍ୟମାନେ ନିଜ ସୁଚିନ୍ତିତ ପ୍ରସ୍ତାବ ଓ ମତାମତ ରଖିଥିଲେ। ଶେଷରେ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଇନ୍ଦିରା ମହାନ୍ତି, କିଶୋର କୁମାର ରଥ, ନିର୍ମଳ କର, ଗୋପାଳ ଦାଶ, ଗୋବିନ୍ଦ ଦାଶ, ଭରତ ଭୂଷଣ ଦାଶ, ତୁଳସୀ ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଲକି ମିରୱାନି, ସନ୍ତୋଷ କୁମାର ଦାଶ, ବିଷ୍ଣୁ ଧାନୁକା, ଉଦ୍ଧବ ବେହେରା, ଅମିତ ସାହୁ, ସି ଏମ ରାଓ, ହରେକୃଷ୍ଣ ସାହୁ, ସଞ୍ଜୟ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Exit mobile version