ୱାର୍ଲï ସ୍କିଲ ସେଣ୍ଟର ପରିଦର୍ଶନ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା – ମନ୍ତ୍ରୀ ଶ୍ରୀ ପ୍ରିତୀରଞ୍ଜନ ଘଡାଇ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଦକ୍ଷତା ବିକାଶର ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ହୋଇଥିବା ୱାର୍ଲï ସ୍କିଲ ସେଣ୍ଟର ଓଡିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ୱାର୍ଲï ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଏସୀୟ ଉନ୍ନୟନ ବ୍ୟାଙ୍କ୍‌ ସହାୟତାରେ ସ୍ଥାପିତ ୱାର୍ଲï ସ୍କିଲ ସେଣ୍ଟର ନିମନ୍ତେ ସିଙ୍ଗାପୁରର ଆଇଟିଇଇଏସ୍‌ ସଂସ୍ଥା ନଲେଜ ପାର୍ଟନର ରହିଛି । ଏହା କିଭଳି ଏସିୟା ମହାଦେଶର ସ୍ୱନାମଧନ୍ୟ ବୈଷୟିକ ସଂସ୍ଥା ଆଇଟିଇଇଏସ ଢାଞ୍ଚାରେ ପରିଚାଳିତ ହେଉଛି, ସେ ନେଇ ମନ୍ତ୍ରୀ ଶ୍ରୀ ଘଡାଇ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ସମଗ୍ର ଦେଶରେ ଦକ୍ଷତା ବିକାଶରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି । ତେଣୁ ପ୍ରଶିକ୍ଷାର୍ଥୀମାନଙ୍କର ବ୍ୟବହାରିକ ଜ୍ଞାନ ନିମନ୍ତେ ଶିଳ୍ପ ସଂସ୍ଥାରେ କାମ କରି ଅଭିଜ୍ଞତା ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ସେମାନେ ସର୍ବଶ୍ରେଷ୍ଠ ସଂସ୍ଥାଗୁଡିକରେ କର୍ମନିଯୁକ୍ତି ପାଇପାରିବେ । ୱାର୍ଲï ସ୍କିଲ ସେଣ୍ଟରରେ କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ୱାରା ଯେପରି ଯୁବଗୋଷ୍ଠୀମାନେ ଉପକୃତ ହୋଇପାରିବେ ସେଥିନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ହେବ । ବିଶେଷଭାବେ ଏଠାରୁ ଆଇଟିଆଇ ଏବଂ ଡିପ୍ଲୋମା ଉତ୍ତୀର୍ଣ୍ଣ କରିଥିବା ଯୁବଗୋଷ୍ଠୀ ଯେଭଳି ସ୍କିଲିଂ ପାଇ ପାରିବେ, ତାହା ଉପରେ ଶ୍ରୀ ଘଡାଇ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଘଡାଇ ବିଲïିଂ ମ୍ୟାନେଜମେଣ୍ଟ୍‌ ସର୍ଭିସେସ୍‌, କମର୍ସିଆଲ ରେଫ୍ରିଜିରେସନ, କମର୍ସିଆଲ ଏଆର କଣ୍ଡିସନିଂ, ମେକାଟ୍ରନିକ୍ସ, କାଡ୍‌ ଓ ମେକାନିକାଲ, ଇଲେକଫିଚ୍ଚକାଲ, ରେସିଡେନସିଆଲ କଣ୍ଡିସନିଂ, ପାଇପିଂ ଓ ପ୍ଲମ୍ବିଂ, ଅଟୋମେସନ୍‌ ଓ ରବୋଟିକ୍ସ, ନିଉମାଟିକ୍ସ, ଡ୍ରାଇଭ ଓ ମୋଟର କଣ୍ଟ୍ରୋଲ ଲ୍ୟାବ୍‌ ଏବଂ ପିଏଲସି, ଇଲେକଫିଚ୍ଚ କାଲ ଇନଷ୍ଟୋଲେସନ ଓ ମେକାନିକାଲ ଟେକ୍ନୋଲୋଜି ୱାର୍କସପ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ୱାର୍ଲï ସ୍କିଲ ସେଣ୍ଟରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲï ସ୍କିଲ ସେଣ୍ଟରର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଡେପୁଟି ପ୍ରିନ୍ସିପାଲ ଉପସ୍ଥିତ ଥିଲେ

Exit mobile version