ଗଛରେ ରଶି ଲଗାଇ ଯୁବକ ଆତ୍ମହତ୍ୟା : ପୋଲିସର ତଦନ୍ତ ଜାରୀ କାରଣ ଅସ୍ପଷ୍ଟ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଂଚାୟତର ମହନ୍ତପୁଟ ଗ୍ରାମର ଜଣେ ୧୯ ବର୍ଷିଅ ଯୁବକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ମୃତ ଯୁବକ ହେଲେ ପର୍ଶୁ ମାଣ୍ଡିଙ୍କ ପୁଅ ଗୌର ମାଣ୍ଡି ବୋଲି ଜଣାପଡିଛି । ସେ କେଉଁ କାରଣରୁ ଗ୍ରାମ ର ପୋଖରୀ ପାଖରେ ଥିବା ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ତାହା ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ପରିବାର ଲୋକେ ଦେଖିବା ପରେ ବୈପାରିଗୁଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ବୈପାରିଗୁଡା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନିଦେର୍ଶ୍ୟ କ୍ରମେ ପୋଲିସ ଏସଆଇ ଶିବଶଙ୍କର ନାୟକ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବୈପାରିଗୁଡା ଆଣି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ କାରଣକୁ ନେଇ ଯୁବକ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି । ମୃତଦେହ ରିପୋର୍ଟ ଆସିଲେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ତଥା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

Exit mobile version