
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ରଣପୁର :- ରଣପୁର ଅଞ୍ଚଳର ପ୍ରାୟ ସମସ୍ତ ପଞ୍ଚାୟତରୁ ଶତାଧିକ କୃଷକ ପ୍ରତିନିଧି ମାନଙ୍କୁ ନେଇ ୨୪ତମ କୃଷକ ସମ୍ମିଳନୀ ସଂଗଠିତ ହୋଇଥିଲା । ରିହାତି ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ସୋସାଇଟ ମାଧ୍ୟମରେ ଯଥା ଶୀଘ୍ର ଯୋଗାଇବା, ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ଗଜା ଧାନର କ୍ଷତି ପୂରଣ ଦେବା, ଭାଗଚାଷୀ ମାନଙ୍କୁ ଚାଷୀ ର ମାନ୍ୟତା ଦେବା, ଦରଦାମ କମାଇବା, ଧାନ କ୍ଵିଣ୍ଟାଲ ୩୦୦୦ ଟଙ୍କା କରିବା, ସବୁ ଫସଲ ର ଲାଭଜନକ ଦର୍ ଦେବା, କୃଷି ଋଣ ଛାଡ଼ କରିବା ଦାବିରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

