ବୈପାରିଗୁଡା ଅଂଚଳରୁ ଲୁହା ସାମଗ୍ରୀ ଚୋରି ଘଟଣା ରେ ଦୁଇ ନାବାଳକ ସହ ୧ ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ବୈପାରିଗୁଡା :- କୋରାପୁଟ ବୈପାରିଗୁଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଲୁହା ସାମଗ୍ରୀ ଚୋରି ହୋଉଥିବା ବେଳେ ଏହି ଘଟଣାରେ ଦୁଇ ଜଣ ନାବାଳକ ଓ ଜଣେ ଯୁବକ ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ଗିରଫ ଯୁବକ ହେଲେ ବୈପାରିଗୁଡା ବ୍ଲକର ବାତ୍ରିପୁଟ ଗ୍ରାମର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ କହିବାକୁ ଗଲେ ଲୁହା ସାମଗ୍ରୀ ଚୋର ଦଳର କୁ ଧରିବାରେ ବଡ ସଫଳ ହାସଲ କରିଛିି ବୈପାରିଗୁଡା ପୋଲିସ ।

ତେବେ ଏହି ଘଟଣାକୁ ନେଇ ବାତ୍ରିପୁଟ ଗ୍ରାମବାସୀ ମାନେ ଥାନା ପାଖରେ ପହଂଚି ଥାନା ଗେଟ୍ ସମ୍ମୁଖ୍ୟରେ ଧାରଣା ଦେବା ସହ ଯୁବକ ମାନଙ୍କୁ ଛାଡିବା ପାଇଁ କହିବା ସହ କେଉଁ କେସ୍ ଆଧାରରେ ଏହି ଯୁବକ ମାନଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । କିଛି ସମୟ ପାଇଁ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହହାଲା ମଧ୍ୟ ହୋଇଛି । ତେବେ ଏସମ୍ପର୍କରେ ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେଏ କହିଥିଲେ ଏହି ୩ ଜଣ ଯୁବକ ଲୁହା ସାମଗ୍ରୀ ଚୋରି କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଥିବା କହିଥିଲେ । ତେବେ ଏହି ଘଟଣାକୁ ନେଇ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ମଧ୍ୟ ବୈପାରିଗୁଡା ଥାନା ଆସି ତଦନ୍ତ କରିଥିବାର ଜଣାପଡିଛି ।

ଏହି ଘଟଣାରେ ଜଡିତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିବା ସହ ଲୁହା ସାମଗ୍ରୀ କାହାକୁ ବିକ୍ରି କରିଛନ୍ତି ତାହାର ତଦନ୍ତ ଚାଳଇଛି ଏବେ ତାକୁ ମଧ୍ୟ ଅଳ୍ପ ଦିନ ଭିତରେ ଗିରଫ କରାଯିବ ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି ଥାନା ଅଧିକାରୀ । ଚୋରି ହୋଇଥିବା ସାମଗ୍ରୀଗୁଡିକୁ ଉଦ୍ଧାର କରିବା ପାଇଁ ତଦନ୍ତ ଚାଲିଛି ତେଣୁ ଏହି ଘଟଣାରେ ସମସ୍ତ ତଥ୍ୟ ପ୍ରଦାନ କରିବା ଏବେ ସମ୍ଭବପର ନାହିଁ ବୋଲି ତଦନ୍ତ କରୁଥିବା ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ଯୁବକ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି ଥାନା ଏସଆଇ ଶିବ ଶଙ୍କର ନାୟକ ।

Exit mobile version