ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକରେ ବ୍ଳକ ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଟିକେ ନିଆରା ଢଙ୍ଗରେ ପାଳନ କରାଯାଇଥିବାର ଦେଖାଯାଇଛି । ବୈପାରିଗୁଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତୀ ମାନେ ତାଙ୍କ ବରିଷ୍ଟ ଶିକ୍ଷକ ଓ ଶିକ୍ଷୟିତୀ ମାନଙ୍କୁ ତାଙ୍କ ଗୁରୁ ଭାବେ ବିଚାର କରି ସେମାନଙ୍କୁ ସମ୍ମାନ୍ ଦେଇ ଆଜିର ଦିନରେ ତାଙ୍କ ଠାରୁ ଶିକ୍ଷାମନ୍ତ୍ର ଗ୍ରହଣ ମଧ୍ୟ କରିଥିଲେ । ସେହି ପରି ଭାବେ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଅବସରପାପ୍ତ ପାଇଥିବା ୧୪ ଜଣ ଶିକ୍ଷକ ଶିକ୍ଷୟିତୀଙ୍କୁ ଗୁରୁଦିବସ ଦିନ ହିଁ ସମ୍ବର୍ଦ୍ଧନା କରିବା ସହ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି ।

ପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟଚିତ୍ର ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶିକ୍ଷକ ଶିକ୍ଷୟିତୀଙ୍କୁ ପକ୍ଷରୁ ଅତିଥିଙ୍କୁ ଗୁରୁ ପୂଜନ କରି ମଂଚକୁ ପାଛୋଟ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ମୁଖ୍ୟବକ୍ତା ଭାବେ ଅବସରପାପ୍ତ ପ୍ରଧାନ ଶିକ୍ଷକ ଚକ୍ରପାଣି ପରିଚ୍ଛା,ସମ୍ମାନୀୟ ଅତିଥି ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ଏବିଇଓ ସଚିନ୍ କୁମାର ମଲ୍ଳିକ, ଏବିଇଓ କନକ ମଞ୍ଜୁରୀ ଭତ୍ରା, ସଂଘ ଉପଦେଷ୍ଟା ଶରତ ଚନ୍ଦ୍ର ରାଉତ, ଶିକ୍ଷକ ସୁରେଶ ପାତ୍ର, ସୁନାଧର ଉଦଲବାଡିଆ ପ୍ରମୁଖ ମଂଚାସିନ ରହିଥିଲେ । ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅବସରପାପ୍ତ ଶିକ୍ଷୟିତୀ ଉତ୍କଳିନୀ ସାହୁ, ରାଜେଶ୍ୱରୀ ପଟ୍ଟନାୟକ, ମନୋରମା ଦେବୀ,
