
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଅଗଷ୍ଟ ମାସ ରେ ନବ ନିଯୁକ୍ତ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ନୟାଗ ଡ଼ ସହରର କେ.ସି କ୍ଳବ୍ ଠାରେ ସ୍ଵାଗତ କରାଯାଇଥିଲା । ଏଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକମାନଙ୍କୁ ଦିଗ୍ ଦର୍ଶନ ଦେବା ସହ ଶିକ୍ଷକତା ଏକ ବୃତ୍ତି ନୁହେଁ ଏକ ବ୍ରତ ରୂପେ ଗ୍ରହଣ କରିବାକୁ କହିଥିଲେ ।

