
ଓଡ଼ିଶା ତାଜା ନ୍ୟୁଜ (୪ ସେପ୍ଟେମ୍ବର ରବିବାର) କଳାହାଣ୍ଡି :- ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ ଅବସରରେ ଭୀମକେଲା ଗୈାନ୍ତିଆପଡା ଗଣେଶ ପୂଜା କମିଟି ପକ୍ଷରୁ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉଭୟ ବାଳକ ଓ ବାଳିକା ମଧ୍ୟରେ ଅନ୍ଧ ପୁଟୁଳି, ମ୍ୟୁଜିକ ଚେୟାର, ଏକ ଗୋଡ଼ ଡିଆଁ ଓ ବାଳିକା ପାଇଁ ପୁଚି ଖେଳ ହୋଇଥିଲା । ୧୨ ଗୋଟି ଉତ୍ତୀର୍ଣ୍ଣ ପ୍ରତିଭାଗୀଙ୍କୁ ପୁରସ୍କାତି କରାଯାଇଛି ।

