ପୋଖରୀରେ ବୁଡି ଜଣେ ମୃତ : ଅଗ୍ନିଶମ ବିଭାଗର କର୍ମଚାରୀ କଲେ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ଭାଟିଗୁଡା ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ସୂଚନା ମୁତାବକ ଏହି ଭାଟିଗୁଡା ଗ୍ରାମର ଅଭି ଭତ୍ରାଙ୍କ ପୁଅ ସୁଦେଶ ଭତ୍ରା (୪୮) କାଲି ଗାଈ ଚରାଇବା ପାଇଁ ଯାଇ ଆଉ ଘର କୁ ଫେରି ନ ଥିଲେ । ପରିବାର ପକ୍ଷରୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପର୍ତିା ମିଳିପାରି ନ ଥିଲା । କାଲି ଗ୍ରାମରେ ଗଣେଶ ପୂଜା ବିର୍ସଜନ ରହିଥିବାରୁ ଗ୍ରାମର ସମସ୍ତ ଲୋକ ନାଚଗୀତରେ ରାତ୍ରି ବିତାଇବା ପରେ ଆଜି ସକାଳୁ ଗ୍ରାମର କିଛି ଲୋକେ ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ପାଣିରେ କେହିଁ ଜଣେ ବୁଡି ଯାଇଥିବା ଜାଣି ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟକୁୁ ଖବର ଦେଇଥିଲେ ।

ତେବେ ଖବର ମିଳିବା ପରେ ବୈପାରିଗୁଡା ଅଗ୍ନିଶମ କର୍ମଚାରୀ ହାବିଲଦାର ଉମେଶ ଚନ୍ଦ୍ର ବାଗ, ଅଚ୍ୟୁତ ଓରାମ, ଜି.ହିକିମ, ଟି.ଚାଲାଣ ଓ ଏସ.ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ପୋଖରୀ ଭିତରୁ ମୃତ ଦେହ ଉଦ୍ଧାର କରିଥିବାର ଦେଖାଯାଇଛି । ବୈପାରିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚିବା ପୂର୍ବ ରୁ ହିଁ ମୃତ ଦେହ କୁ ଅଗ୍ନିଶମ ବାହୀନୀର କର୍ମଚାରୀ ମାନେ ପେଖାରୀ ଭିତରୁ ଉଦ୍ଧାର କରାଯାଇଛି । ବୈପାରିଗୁଡା ଥାନା ଏଏସଆଇ ମତିସିଂ ନାୟକ ଭାଟିଗୁଡା ଗ୍ରାମକୁ ଯାଇ ମୃତଦେହ ଜବତ କରିବା ସହ ବୈପାରିଗୁଡା ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

Exit mobile version