
ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର) ବେଙ୍ଗାଲୁରୁ :- ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ସଜ୍ଜା ଯାଇଥିଲା । ସକାଳ ୯ଟା ବେଳେ ମଙ୍ଗଳମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ସାଢ଼େ ଏଗାରଟା ବେଳେ ଭକ୍ତମାନେ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବରେ ବହୁ ବରେଣ୍ୟ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା ।

