୧୦୮ ଆମ୍ବୁଲାନ୍ସର ଗୁମର ଖୋଲିଲା , ବୈପାରିଗୁଡା ଠାରେ ୧୦୮ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ

ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର) ବୈପାରିଗୁଡା :- ବୈପାରିଗୁଡା ଥାନା ଠାରୁ ଅଳ୍ପ ଦୂରେ ବାତ୍ରିପୁଟ ଛକ ଠାରୁ ଟିକେ ଆଗରେ ଶୁକ୍ରବାର ଦିନ ଏକ ୧୦୮ ଆମ୍ବୁଲାନ୍ସ ଗାଡି ରାସ୍ତା କଡରେ ଦୁର୍ଘଟଣା ଘଟି ଥିବାର ଦେଖିବାକୁ ମିଳିଛି । ତେବେ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ଗାଡି ଚାଳକ ସେହି ଦିନ ୧୨ ଟା ସମୟ ପର୍ଯ୍ୟନ୍ତ ବୈପାରିଗୁଡା ଥାନାରେ କିଛି ମଧ୍ୟ ସୂଚନା ପ୍ରଦାନ କରିନାହାନ୍ତି କି ଦୁର୍ଘଟଣା ବିଷୟକୁ ନେଇ ଲିଖିତ ଭାବେ ଜଣାଇ ନଥିବାର କହିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ବୈପାରିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଦୁଇ ତାରିଖ ଦିନ ସକାଳେ କୌଣସି ପ୍ରକାର ଦୁର୍ଘଟଣା କେସ୍ ଆସି ନ ଥିବାର କହିଛନ୍ତି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିରାଜ ସାହୁ !

ଏବେ ବଡପ୍ରଶ୍ନ ଉଠୁଛି ଯେ ୧୦୮ ଆମ୍ବୁଲାନ୍ସ ମାଲକାନଗିରି ଠାରୁ ଏକ କିଡିନୀ ରୋଗୀକୁ ନେଇ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଯାଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ ବାତ୍ରିପୁଟ ପାଖରେ ଦୁର୍ଘଟଣାଗ୍ରସ୍ତ ହେଲା ମାତ୍ର ସ୍ଥାନୀୟ ଥାନା ରେ ସାଙ୍ଗେ ସାଙ୍ଗେ ଖବର ନ ଦେଇ କାହିଁକି ଏତେ ଲେଟ୍ କରି ଦିନ ବାରଟା ସମୟରେ ଏସମ୍ପର୍କ କୁ ନେଇ ଲିଖିତ ଭାବେ ଜଣାଇଲେ ତାହାକୁ ନେଇ ଏବେ ବିଭିନ୍ନ ମହଲ ରେ ଭିନ୍ନ ଭିନ୍ନ ବିଷୟ କୁ ନେଇ ଆଲୋଚନା ଜୋରଧରିଥିବା ନେଇ ଶୁଣିବାକୁ ମିଳୁଛି ।

ଆମ୍ବୁଲାନ୍ସ କର୍ମଚାରୀ କିଏ ମଧ୍ଯ ଘଟଣା ସ୍ଥଳ ରେ ରହି ନଥିବା ବେଳେ ୩ ଘଣ୍ଟା ସମୟ ରେ ଦୁର୍ଘଟଣା ସ୍ଥାନ ରେ ଆମ ଜିଲ୍ଲା ପ୍ରତିନିଥି ବିକ୍ରାନ୍ତ କୁମାର ବେବର୍ତ୍ତା ଯାଇ ଘଟଣା ବିଷୟ ରେ ୧୦୮ ଆମ୍ବୁଲାନ୍ସ ର ଜଣେ କର୍ମଚାରୀ ରୋହିତ ଙ୍କ ସହିତ ଆଲୋଚନା କରିବା ସମୟରେ ସୂଚନା ପାଇଥିଲେ ଯେ ଏହି ୧୦୮ ଆମ୍ବୁଲାନ୍ସବାଲିମେଳା ସ୍ବାସ୍ଥ୍ଯକେନ୍ଦ୍ର ର ହୋଇଥିବା ବେଳେ ରାତ୍ରି ସମୟରେ ଫୋନ ଆସିଥିଲା ଯେ ମାଲକାନଗିରି ଠାରୁ ଜଣେ ରୋଗୀଙ୍କୁ ନେଇ କୋରାପୁଟ ଛାଡିବା ପାଇଁ ଫୋନ ଆସିବା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ମାଲକାନଗିରି ଯାଇ ସେଠାରୁ ରୋଗୀଙ୍କୁ ନେଇ ବାହାରି କୋରାପୁଟ ସ୍ଥିତ ମେଡିକାଲ କଲେଜ କୁ ଯାଉଥିବା ସମୟରେ ବୈପାରିଗୁଡା ପାଖରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ! ଆମ୍ବୁଲାନ୍ସ ଡ୍ରାଇଭର କୁ ମୁଣ୍ଡରେ ଆଘାତ ବାଜିଥିବା ବେଳେ ଅନ୍ଯ ଦୁଇ ଜଣ କର୍ମଚାରୀ କିମ୍ବା ରୋଗୀ କୁ କୌଣସି କ୍ଷତିଘଟି ନାହିଁ !

ତେବେ ଥାନାରେ ବିଳମ୍ବରେ ଜଣାଇବା ବିଷୟ ନେଇ କହିଥିଲେ ଯେ ଆମ୍ବୁଲାନ୍ସ ସଂସ୍ଥା କୁ ପ୍ରଥମେ ଖବର ଦେଇଥିଲେ କର୍ମଚାରୀ ଏବଂ ରୋଗୀଙ୍କୁ କୋରାପୁଟ ଛାଡିବା ପାଇଁ ଚାଲିଯାଇଥିଲେ ! ସେଠାରୁ ଆସି ଥାନା ରେ ଜଣାଇବା ବେଳେ ୧୨ ଟା ହୋଇଗଲା ବୋଲି କହିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରୋହିତ ! ହୋଇଗଲା । ୧୦୮ ଆମ୍ବୁଲାନ୍ସ ଗାଡି ସେହି ସ୍ଥାନରେ ଦୁର୍ଘଟଣା ଘଟିଲା ଥାନା ରେ କେମିତି କାହାକୁ କିଛି ସୂଚନା ନ ଦେଇ ସେହି ସ୍ଥାନରେ କେମିତି ଆମ୍ବୁଲାନ୍ସ ଗାଡି ଛାଡି କର୍ମଚାରୀ ମାନେ କୁଆଡେ ଗଲେ ବୋଲି ସେହି ସମୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ! ତେବେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ ଗାଡିର ନଂ ଓଡି ୦୨ ବି ୯୭୨୫ ହୋଇଥିବା ଘଟଣାସ୍ଥଳ କୁ ଯାଇ ତଦନ୍ତ କରିଥିବାର ଜଣାପଡିଛି 

Exit mobile version