ଉଚ୍ଚ ଶିକ୍ଷା ବିଭାଗରେ +୩ ଓ ପିଜିର ସେମିଷ୍ଟର ପରୀକ୍ଷା ହେବ ନାହିଁ ୨୫% ସେଲ୍ଫ ଷ୍ଟଡି ଦ୍ୱାରା ଶେଷ ହେବ : ମନ୍ତ୍ରୀ ଡ଼ ଅରୁଣ ସାହୁ ।

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) ଉଚ୍ଚ ଶିକ୍ଷା ବିଭାଗ : – ଉଚ୍ଚ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । +୩ ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ । ପିଜି ବିଭାଗର ୨ୟ ସେମିଷ୍ଟର ପରୀକ୍ଷା ହେବ ନାହିଁ । ବିଶ୍ୱବିଦ୍ୟାଳୟ ଗୁଡିକଦ୍ୱାରା ବିକଳ୍ପ ପନ୍ଥା ଅବଲମ୍ବନ କରି ମୂଲ୍ୟାୟନ କରି ଉତ୍ତୀର୍ଣ୍ଣ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏଥର ପ୍ରଥମ ଥର ପାଇଁ +୩ ଏବଂ ପିଜି ରେ ସିଲାବସର ୨୫% guided self study ଦ୍ୱାରା କଭର କରାଯିବ । ଏହା ଏକ ସମୟୋଚିତ ଯୁଗାନ୍ତକାରୀ ପଦକ୍ଷେପ ହେବ ।

ଛାତ୍ରଛାତ୍ରୀ ମାନେ self study material ନିଜେ ପଢିବେ ,ପ୍ରସ୍ତୁତ ହେବେ ଏବଂ ଶିକ୍ଷକ ମାନେ ଟୁଇଟରିଆଲ କ୍ଲାସ ରେ ସେମାନଙ୍କର ସନ୍ଦେହ ଯାହା ଥିବ ଦୂର କରିପାରିବେ । ସେଲ୍ଫ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର critical thinking, analytical ability , ଆତ୍ମନିର୍ଭରଶୀଳତା ଓ ଜିଜ୍ଞାସା ବଢିବ ବୋଲି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ଆଜିର ଏହି ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଚାଲିଥିବାବେଳେ ବିଭାଗୀୟ ସଚିବ, ବିଭିନ୍ନ ବିଶ୍ୱବିଦ୍ୟାଳୟ ର ଉପ କୂଳପତି ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ଓଡିଶା ତାଜା ନ୍ୟୁଜ୍‌ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version