
ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) କଳାହାଣ୍ଡି :- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି । ନର୍ଲା ବସ୍ତି ଏବଂ ସମର୍କଟା ଠାରେ ନୂଆଁଖାଇ ଆୟୋଜକ କମିଟିର ସଂଗଠକ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ ହୋଇଥିଲା । ପାହାନ୍ତିଆ ସମୟରେ କୁରେଇ ପତ୍ର ରୁ ଆରମ୍ଭ କରି ନୂଆଧାନ ସଂଗ୍ରହ,ଗାଁ ଦେବତୀ,ଧରଣୀ ପୀଠରେ ପୂଜା ପାଠ, ସାମୂହିକ ନବାନ୍ନ ଭକ୍ଷଣ ଓ ନୂଆଁଖାଇ ଭେଟର ଆୟୋଜନ କରାଯାଇଥିଲା ।

