ବୈପାରିଗୁଡା ଠାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ : ଗାଡିରେ ରୋଗୀ ଥିଲେ ନା ନାହିଁ ପ୍ରକୃତ ରହସ୍ୟ କଣ …?

ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) ବୈପାରିଗୁଡା :- ବୈପାରିଗୁଡା ଥାନା ଠାରୁ ଅଳ୍ପ ଦୂରେ ବାତ୍ରିପୁଟ ଛକ ପାଖରେ ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଗାଡି ରାସ୍ତା କଡରେ ଦୁର୍ଘଟଣା ଘଟି ଥିବାର ଦେଖିବାକୁ ମିଳିଛି । ତେବେ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ଗାଡି ଚାଳକ ଏସମ୍ପର୍କରେ ଏପର୍ଯ୍ୟନ୍ତ ବୈପାରିଗୁଡା ଥାନାରେ କିଛି ମଧ୍ୟ ସୂଚନା ପ୍ରଦାନ କରିନାହାନ୍ତି କି ଦୁର୍ଘଟଣା ବିଷୟକୁ ନେଇ ଲିଖିତ ଭାବେ ଜଣାଇ ନଥିବାର କହିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

ଏବେ ବଡପ୍ରଶ୍ନ ଉଠୁଛି ଯେ ୧୦୮ ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିଲା ସମୟରେ ଗାଡି ବାତ୍ରିପୁଟ ପାଖରେ ଦୁର୍ଘଟଣାଗ୍ରସ୍ତ ହେଲା ନା ରୋଗୀଙ୍କୁ ଆଣି ସ୍ୱାସ୍ଥ୍ୟକେନ୍ଦ୍ର ଯାଉଥିବା ସମୟରେ ଦୁର୍ଘଟଣା ହେଲା ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ବିଷୟ କୁ ନେଇ ଆଲୋଚନା ଚାଲିଥିବା ନେଇ ଶୁଣିବାକୁ ମିଳୁଛି ।

ବୈପାରିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆଜି କୌଣସି ପ୍ରକାର ଦୁର୍ଘଟଣା କେସ୍ ଆସି ନ ଥିବାର କହିଛନ୍ତି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିରାଜ ସାହୁ । କେମିତି ୧୦୮ ଆମ୍ବୁଲାନ୍ସ ଗାଡି ସେହି ସ୍ଥାନରେ ଦୁର୍ଘଟଣା ଘଟିଲା କାହାକୁ କିଛି ସୂଚନା ନ ଦେଇ କେମିତି ଆମ୍ବୁଲାନ୍ସ ଗାଡି ଚାଳକ ଗଲେ କୁଆଡେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ ଗାଡିର ନଂ ଓଡି ୦୨ ବି ୯୭୨୫ ହୋଇଥିବା ବେଳେ ନ୍ୟୁଜ୍ ପଠାଇବା ପର୍ଯ୍ୟନ୍ତ ସମ୍ପର୍ଣ୍ଣ ତଥ୍ୟ ଆମକୁ କିମ୍ବା ସ୍ଥାନୀୟ ଥାନା କୁ ମିଳି ପାରି ନାହିଁ ।

Exit mobile version