
ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) ନୂଆଦିଲ୍ଲୀ :- ପଶ୍ଚିମ ଦିଲ୍ଲୀର ବିକାଶପୁରୀଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା । ଅପରାହ୍ନ ଦେଢ଼ଟା ବେଳେ ମଙ୍ଗଳମୂର୍ତ୍ତିଙ୍କର ପ୍ରତିଷ୍ଠା ଏବଂ ଶ୍ରୀବିଗ୍ରହଙ୍କ ସାମ୍ନାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ କରାଯାଇଥିଲା ।

