ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ସାଧାରଣ ସଭା ଅନୁଷ୍ଠିତ ହୋଇ ଚଳିତବର୍ଷ ମା ଦୁର୍ଗାଙ୍କ ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ଭିତ୍ତିରେ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଆସନ୍ତା ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବିଭିନ୍ନ ପୂଜା ସମିତିର ଦେହାନ୍ତ ହୋଇଥିବା କର୍ମକର୍ତ୍ତା ମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ଆସନ୍ତା ତିନିବର୍ଷ ପାଇଁ ହୋଇଥିବା ନିର୍ବାଚନରେ ମୁଖ୍ୟ ଉପଦେଷ୍ଟା ଭାବେ ରବିନ୍ଦ୍ରନାଥ ବିଶ୍ୱାଳ, ଉପଦେଷ୍ଟା ଭାବେ ସୁଧୀର ଶତପଥୀ,

ଧରଣୀଧର ଜେନା, ସୁକାନ୍ତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ରବିନ୍ଦ୍ର ନାୟକ ଓ ପ୍ରଭାସ କୁମାର ସୁନ୍ଦରାଏ, ସଭାପତି ଭାବେ ଡ଼ାକ୍ତର ଜଗନ୍ନାଥ ମହାପାତ୍ର, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାସ, ଉପସଭାପତି ଭାବେ ମନେନ୍ଦ୍ର କୁମାର ଦାସ, ଦିଲ୍ଲୀପ ଦାଶଶର୍ମା, ଜ୍ୟୋତିଷ କୁମାର ସାହୁ, ଉପେନ୍ଦ୍ର କୁମାର ପାଇକରାଏ, ସୁରେଶ ଚନ୍ଦ୍ର ରାଉତରାୟ, ଗିରିଶ ଚନ୍ଦ୍ର ରାଉତ, ପ୍ରଭାତ କୁମାର ପରିଡ଼ା, ଦେବରାଜ ମହାନ୍ତି,

ଉଗ୍ରସେନ ମଙ୍ଗରାଜ, ସୁଶାନ୍ତ କୁମାର ଜେନା ଓ ରାଜେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଭାବେ ହରିଶ ପ୍ରସାଦ ରଥ, ସମ୍ପାଦକ ଶିବସୁନ୍ଦର ଛୋଟରାୟ, ଯୁଗ୍ମ ସମ୍ପାଦକ ଭାବେ ବିଭୂତି ଭୂଷଣ କର, ପ୍ରମୋଦ କୁମାର ସାହୁ, ସୁବଳ ବେହେରା, ବିମଳ କୁମାର ମଣ୍ଡଳ, ବସନ୍ତ କୁମାର ସାହୁ, କୁତାର୍ଥ ପ୍ରଧାନ, ଗଗନ ବିହାରୀ ବସ୍ତିଆ, ଶିବନାରାୟଣ ରାଏ, ବିଜୟ କୁମାର ଚୌଧୁରୀ ଓ ସତ୍ୟବ୍ରତ ନାୟକ, କୋଷାଧ୍ୟକ୍ଷ ଭାବେ ଅଚ୍ୟୁତ ପ୍ରସାଦ ବେହେରା, ସହ କୋଷାଧ୍ୟକ୍ଷ ବିଜୟ କୁମାର ଦାସ ଓ ମିଡ଼ିଆ କନଭେନର ଭାବେ ସନତ ମିଶ୍ର ପମୁଖ ନର୍ବାଚିତ ହୋଇଥିଲେ ।

Exit mobile version