
ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ବାଲିଗୁଡ଼ା :- ସ୍ୱାୟତ୍ତ ଶାସନ ଦିବସ, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ,ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ,ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀଙ୍କ ସମେତ ବାଲିଗୁଡ଼ା ଏନ୍ଏସିର ସମସ୍ତ ଓ୍ବାର୍ଡ କାଉନ ସିଲର ଯୋଗ ଦେଇଥିଲେ ।

