ବୈପାରିଗୁଡା ଠାରେ ଧୁମଧାମରେ ପାଳିତ ହେଲା ଗଣେଷ ପୂଜା

ଓଡ଼ିଶା ତାଜା ନ୍ୟୁଜ (୩୧ ଅଗଷ୍ଟ ବୁଧବାର ) ବୈପାରିଗୁଡା :- ବୈପାରିଗୁଡା ଏବଂ ଏହାର ଆଖପାଖ ଗ୍ରାମଂଚଳ ଶ୍ରୀଗଣେଶ ପୂଜା ସହିତ ଉତ୍ସବମୁଖର ହୋଇ ଉଠିଛି । ସମସ୍ତ ଶିକ୍ଷାନୁଷ୍ଠାନ, ଯୁବକ ସଂଘ, ବିଭିନ୍ନ ଜାଗାରେ ଥିବା ସାହି ସମେତ ବ୍ୟକ୍ତିଗତସ୍ତରରେ ଆୟୋଜିତ ମଣ୍ଡପ ମାନଙ୍କରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଛି ।ରାଜ୍ଯ ସରକାର ଙ୍କ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନ ସହ ସମସ୍ତ ଶିକ୍ଷାନୁଷ୍ଠାନ ସହିତ ଅନ୍ୟ ଅନୁଷ୍ଠାନ ଓ କ୍ଳବ ମାନଙ୍କ ପକ୍ଷରୁ ଗଣେଷ ପୂଜା ପାଳିତ ହୋଇ ପାରିନଥିବା ବେଳେ

ଚଳିତ ବର୍ଷା କୌଣସି ପ୍ରକାର କଟକଣା ନଥିବା ଯୋଗୁଁ କୋରାପୁଟ ଜିଲାର ବୈପାରିଗୁଡା ସମେତ ସମଗ୍ର ପଂଚାୟଚର ଗାଁ ଗହଳି ଠାରୁ ଆରମ୍ଭ କରି ଓ ଅନ୍ୟ ଅନୁଷ୍ଠାନ ମାନଙ୍କରେ ଧୁମ୍ ଧାମରେ ପାଳିତ ହୋଇଛି ଗଣେଷ ପୂଜା । ରୀତି ଓ ନୀତି ପ୍ରକାରେ ସମସ୍ତ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପୂଜାକାର୍ଯ୍ୟ ସଂପାପନ କରାଯାଇଥିବା ବେଳେ ବୈପାରିଗୁଡା ସହରର ସମସ୍ତ ସାହି ମାନଙ୍କରେ ଏହି ଗଣେଷ ପୂଜା ଧୁମଧାମରେ ପାଳନ ହୋଇଥିବା ବେଳେ ସଂନ୍ଧ୍ୟା ସମୟରେ ବିଭିନ୍ନ ବିଦ୍ଯାଳୟ ଓ ଗାଁ ମାନଙ୍କ ମେଢ ପାଖରେ ଆଦିବାସୀ ଗୀତରେ ଛାତ୍ରୀଛାତ୍ର ଓ ଗ୍ରାମବାସୀ ନାଚି ଥିବାର ଦେଖାଯାଇଛି ! ବିଦ୍ଯାଳୟ ରେ ଛାତ୍ରଛାତ୍ରୀ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧାରଣଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରିଥିଲେ ।

Exit mobile version