ଓଡ଼ିଶା ତାଜା ନ୍ୟୁଜ (୩୦ ଅଗଷ୍ଟ ମଙ୍ଗଳବାର ) ବୈପାରିଗୁଡା :- ସାପ କାମୁଡ଼ାରେ ଗୁରୁତର ହୋଇ ଜଣେ ଦୁଇ ବର୍ଷିଅ ଶିଶୁ ମୁତ୍ୟୁବରଣ କରି ଥିବା ଜଣାପଡିଛି ! ସେହି ଦୁଇ ବର୍ଷିଅ ଶିଶୁ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଚିପାକୁର ଗ୍ରାମପଂଚାୟତର ବଡନୀପାବଲି ଗ୍ରାମର ଭଗତରାମ କିଷାନୀଙ୍କ ପୁଅ ୨ ବର୍ଷିଅ ରାଜେଶ କିଷାନୀ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ରାଜେଶ ଦିନ ବେଳା ଘରେ ଶୋଇଥିବା ସମୟ ରେ ଏକ ବିଷଧର ସାପ ତାକୁ କାମୁଡ଼ି ଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳିଛି ।
ପରିବାର ଲୋକେ ପ୍ରଥମେ ରାଜେଶ କୁ ଗୁରୁତ ର ଅବସ୍ଥାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସ୍ବାସ୍ଥ୍ଯକେନ୍ଦ୍ରରେ ମଧ୍ଯ ଶିଶୁ ର ଅବସ୍ଥା ସଂକଟାପନ୍ନ ହେବା ସହ ଶିଶୁ ଟି ର ମୁତ୍ଯୁ ଘଟି ଥିଲା ! ରାଜେଶ ର ଅକାଳ ବିୟୋଗ ନେଇ ବ୍ଲକ ସହିତ ସମଗ୍ର ଚିପାକୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ଶୁଣି ଚିପାକୁର ସରପଂଚ ରାଜୁ ଖିଲ ସାଙ୍ଗେ ସାଙ୍ଗେ ବଡନୀପାବଲି ଗ୍ରାମରେ ପହଂଚି ପରିବାର ସଦସ୍ଯଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ପାଇଁ କହିଥିବାର ଜଣାପଡିଛି,
