ନୂତନ ମିଶନ ଶକ୍ତି ଭବନ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ନୂତନ ମିଶନ ଶକ୍ତି ଭବନ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂତନ ମିଶନ ଶକ୍ତି ଭବନ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,୧୭ ନଂ ଜୋନ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,

ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ଶାସମଲ୍,ପି ଡବ୍ଲୁ ଡି ଏସ୍ ଡି ଓ ଭଗବାନ୍ ସାହୁ ,ସି ଡି ପି ଓ ଶୁଭ୍ରକେଶୀ ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଓ ଏଲ ଏମ ,ବି ପି ଏମ ଏବଂ ପ୍ରତ୍ୟେକ ପଞ୍ଚାୟତ ର ଏମ୍ୱିକେ ଓ ସି ଆର୍ ପି ଉପସ୍ଥିତ ଥିଲେ ।

Exit mobile version