
ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ନୟାଗଡ଼ :- ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି ।

